ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତଃରାଜ୍ୟ ଲୁଟେରା
10/12/2022 at 8:25 AM

ନୟାଗଡ ୧୦/୧୨: ଦୀର୍ଘଦିନ ଧରି ପୋଲିସର ନିଦ ହଜାଇ ଥିବା ୨ ଆନ୍ତଃରାଜ୍ୟ ଲୁଟେରାକୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ୧୦୩ଗ୍ରାମ ସୁନା ଓ ୫୨୦ ଗ୍ରାମ ରୁପା ଅଳଙ୍କାର ଉଦ୍ଧାର କରାଯାଇଛି ।
ସୂଚନା ମୁତାବକ ଗତ ସେପ୍ଟେମ୍ବର ମାସ ୨୭ତାରିଖରେ ଭାପୁର ବ୍ଲକ ବଡ଼ସହରା ପଂଚାୟତ ଜାମୁସାହି ଗ୍ରାମର ସଞ୍ଜୟ ସାହୁଙ୍କ ଘରୁ ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ସହ ନଗଦ ୨ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ଫତେଗଡ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ଏ ନେଇ ଫତେଗଡ ପୋଲିସ ପକ୍ଷରୁ ୧୮୮/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା ।
ଗତକାଲି ଖଣ୍ଡପଡାରୁ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲା ଫତେଗଡ ପୋଲିସ । ତେବେ ଅଭିଯୁକ୍ତ ମାନଙ୍କୁ ଜେରା ସମୟରେ ସେମାନେ ମାନି ଥିଲେ ଯେ ଆମେ ଅନ୍ୟ ୮ସହଯୋଗୀ ମାନଙ୍କ ସହିତ ମିଶି ନୟାଗଡ, ଖଣ୍ଡପଡା, ଖୋଧା, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲାରେ ଚୋରି କରି ଥିଲୁ ।