ମନ୍ଦିର ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, CCTVରେ କଏଦ ହେଲା ଚୋରି ବେଳର ଭିଡିଓ

Published By : Prameya-News7 Bureau | July 22, 2021 IST

ଭଦ୍ରକ ୨୨।୭: ଭଦ୍ରକ ସହରର ଜାନୁଗଞ୍ଜ ସ୍ଥିତ ଶନି ମନ୍ଦିରରୁ ବିଳମ୍ବିତ ରାତିରେ ଚୋରି ହୋଇଛି । ଚୋରି ବେଳକ ଭିଡିଓ ସିସିଟିଭିରେ କଏଦ ହୋଇଛି । ମନ୍ଦିରର ଦାନ ବାକ୍ସକୁ ଭାଙ୍ଗି ବାହାରେ ଫିଙ୍ଗି ଦେବା ସହ, ସେଥିମଧ୍ୟରୁ ଦାନ ଟଙ୍କା ନେଇଯାଇଥିବା ସୂଚନା ମିଳିଛି ।  ଠାକୁରଙ୍କ ମୁକୁଟ ସହ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିବା ଜଣାପଡିଛି ।

{"id":484068,"width":749,"height":412,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ ମନ୍ଦିର ଗ୍ରୀଲ ତାଲା ଭାଙ୍ଗି ଏଭଳି ଉପାୟରେ ଲୁଟ୍ କରିଛନ୍ତି ଲୁଟେରା ।  ଗୁରୁବାର ସକାଳେ କିଛି ଲୋକ ମନ୍ଦିର ଆସିଥିବା ସମୟରେ ଦାନ ବାକ୍ସଟି ବାହାରେ ପଡ଼ିଥିବା ଲୋକଙ୍କ ନଜରକୁ ଆସିଥିଲା ।  ପରେ ମନ୍ଦିର ଗ୍ରୀଲ ଖୋଲା ଯାଇଥିବା ଦେଖିବାକୁ ମିଳିଥିଲା । ମନ୍ଦିରରୁ ଚୋରି ହୋଇଥିବା ଘଟଣା ପ୍ରଚାର ହେବା ପରେ ଘଟଣାସ୍ଥଳରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ ।

{"id":484069,"width":749,"height":412,"sizeSlug":"large","linkDestination":"none"}

ମନ୍ଦିରରୁ ପୂର୍ବରୁ ମଧ୍ୟ ଅନେକ ଥର ଚୋରି ହୋଇଥିବା ସୂଚନା ରହିଛି ।  କେଉଁଭଳି ଭାବେ ଲୁଟେରାମାନେ ମନ୍ଦିରର ତାଲା ଭାଙ୍ଗି ଲୁଟ୍ କରିଛନ୍ତି, ତାହା ଏବେ ସିସିଟିଭିରେ କଏଦ ହୋଇଛି । ପୋଲିସ ତଦନ୍ତ କଲେ ଚୋରି ଘଟଣା ସାମ୍ନାକୁ ଆସିବ ବୋଲି ଜଣାପଡିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.