ରେଳ ବିଭାଗର ଚୋରି ସାମଗ୍ରୀ ଟିଟିଲାଗଡରୁ ଜବତ, ଜଣେ ଗିରଫ

Published By : Prameya-News7 Bureau | June 26, 2023 IST

ଟିଟିଲାଗଡ ୨୬: ରେଳ ବିଭାଗର ଅନେକ ମୂଲ୍ୟବାନ ତାର, ସିଗନାଲ କେବୁଲ ସହ ବିଭିନ୍ନ ପ୍ରକାରର ଜିନିଷ ଚୋରୀ ହେଉଥିଲା ଛତିଶଗଡରୁ ଏବଂ ବିକ୍ରି ହେଉଥିଲା ଟିଟିଲାଗଡ଼ ସହରରେ । ଏହି ମାମଲାରେ ରେଲଓ୍ବେ ପୋଲିସ ଟିଟିଲାଗଡ ସହର ଗୋଏଲ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଦୋକାନରେ ଚଢଉ କରି ବିପୁଳ ପରିମାଣର ତମ୍ବା ତାର ଓ ପିତ୍ତଳର ସାମଗ୍ରୀ କରଥିଲା ।

{"id":808660,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ହେଲା ଟିଟିଲାଗଡ଼, କଣ୍ଟାବାଞ୍ଜି, ଛତିଶଗଡ଼ ରାଜ୍ୟର ମହାସମୁନ୍ଦ ଅଞ୍ଚଳରୁ ବ୍ୟାପକ ମାତ୍ରାରେ ରେଳ ସାମଗ୍ରୀ ଚୋରି ହୋଇଆସୁଥିଲା । ଏହା ମଧ୍ୟରେ ରେଲୱେର ସିଗନାଲ୍ ସମାଗ୍ରୀ ମଧ୍ୟ ଚୋରି ହେଉଥିଲା । ତେବେ ଏହି ଘଟଣାକୁ ରେଲୱେ ପୋଲିସ ତଦନ୍ତ କରି ବିଶେଷ ସୂତ୍ରରୁ ଖବର ପାଇ ଛତିଶଗଡର ୩ ଜଣଙ୍କୁ ଅଟକ ରଖିଥିବା ବେଳେ ସୋମବାର ଟିଟିଲାଗଡ଼ ସହରର ଜଣେ ସ୍କ୍ରାପ ବ୍ୟବସାୟୀ  ଅଶିଷ ବର୍ମାଙ୍କୁ ଗିରଫ କରି ବିଳମ୍ବିତ ରାତିରେ କୋର୍ଟରେ ହାଜର କରି ତାକୁ ମହାସମୁନ୍ଦ ରେଳ ବିଭାଗର ହାଜତକୁ ନେଇଥିଲା । ଅଭିଯୁକ୍ତଙ୍କ ବୟାନ ଅନୁସାରେ ଏହି ଚଢାଉ କରାଯାଇ ଚୋରି ସାମଗ୍ରୀ ଦୋକାନ ଭିତରୁ ଜବତ କରାଯାଇଛି ।

{"id":808661,"sizeSlug":"large","linkDestination":"none"}

ତେବେ ଆଶିଷ ବର୍ମା ଚୋରୀ ସାମଗ୍ରୀ ବିକ୍ରି କରିଥିବା ଦୋକାନ ମାଲିକ କିନ୍ତୁ ଚଢାଉ ବିଷୟରେ ଆଗୁଆ ଜାଣିପାରି ନିଜ ସ୍ତ୍ରୀକୁ ଦୋକାନରେ ବସେଇ ଦେଇ ଫେରାର ହୋଇପାରିବାରେ ସଫଳ ହୋଇଥିଲେ ।  ତେବେ ଦୋକାନରୁ ଚୋରି ସାମଗ୍ରୀ ଉଦ୍ଧାର ସତ୍ତ୍ବେ ରେଳ ବିଭାଗର ପୋଲିସ ଦୋକାନ କିମ୍ବା ଦୋକାନ ମାଲିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଏବେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହା ଅଧିକ ତଦନ୍ତ ପରେ ଜଣାପଡିବ ବୋଲି ଟିଟିଲାଗଡ ଆରପିଏଫ୍ ଅଧିକାରୀ କହିଛନ୍ତି  ।

You Can Read :

wp:embed {"url":"https://www.prameyanews7.com/ganjei-loaded-car-hits-two-cabin-in-kamarda-of-baleswar-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ganjei-loaded-car-hits-two-cabin-in-kamarda-of-baleswar-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.