Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବସ ଭିତରେ ଅଭିନବ ଉପାୟରେ ଲୁଟ୍, ଶିଶୁଙ୍କ ହଗିସରୁ ମିଳିଲା ଚୋରି ଅଳଙ୍କାର

25/12/2022 at 5:26 PM

ସୋର: ବସ ଭିତରେ ଅଭିନବ ଉପାୟରେ ଲୁଟ୍ । ଶିଶୁଙ୍କ ହଗିସରୁ ମିଳିଲା ଲୁଟ୍ ଅଳଙ୍କାର l ଦୁଇ ମହିଳା ସମେତ ତିନି ନାବାଳିକା ଥାନାରେ ଅଟକ। ଧାମରାରୁ ବାଲେଶ୍ଵର ଆସୁଥିବା ଏକ ଘରୋଇ ବସରେ ଏମିତି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ବାସୁଦେବପୁର ବ୍ଲକ ରାଧାବଲ୍ଲଭପୁର ଗ୍ରାମର ଅଞ୍ଜନା ମହାନ୍ତି ଓ ଅନ୍ୟ କିଛି ଯାତ୍ରୀ ବସରେ ଆସୁଥିବା ବେଳେ କିଛି ମହିଳା ବନଞ୍ଜରା ବସରେ ଉଠିଥିଲେ। ତେବେ ବସର ଭିଡ ଭିତରୁ ଫାଇଦା ଉଠାଇ ଅଞ୍ଜନା ମହାନ୍ତିଙ୍କର ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଅନ୍ୟ ଦୁଇ ବସ ଯାତ୍ରୀଙ୍କଠାରୁ ୯୦ହଜାର ଟଙ୍କା ଲୁଟ କରିଥିଲେ । ଅଞ୍ଜନl ସୋର ନିକଟରେ ତାଙ୍କ ବ୍ୟାଗ ଖୋଜାଖୋଜି କରିବାରୁ ଗହଣା ଚୋରି ହୋଇଥିବା ଜାଣି ପାରିଥିଲେ l

ବସରେ ଚଢିଥିବା ସେହି ଦୁଇ ମହିଳା ଓ ଦୁଇ ଶିଶୁଙ୍କୁ ସୋର ପୋଲିସ ଜିମା ଦେଇଥିଲେ l ପୋଲିସ ମହିଳା ଓ ଶିଶୁ ଠାରେ ଖୋଜାଖୋଜି ପରେ ଦୁଇ ଶିଶୁ ପିନ୍ଧିଥିବା ହଗିସରୁ ଚୋରି ଅଳଙ୍କାର ବାହାରିବା ସହିତ ଦୁଇ ମହିଳାଙ୍କ ନିକଟରୁ ୪ହଜାର ଟଙ୍କା ମିଳିଥିଲା । ପୋଲିସ ଏମାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ।

   Related Posts