ମନ୍ଦିରର ତାଲା ଭାଙ୍ଗି ଅଳଙ୍କାର ଓ ଦାନବାକ୍ସରୁ ଟଙ୍କା ଚୋରି : ଥାନାରେ ମାମଲା
11/02/2020 at 8:55 AM

ବ୍ରହ୍ମଗିରି ୧୧।୦୨: ମନ୍ଦିରରୁ ଚୋରି । ପୁରୀ ଜିଲ୍ଲା ବ୍ରହ୍ମଗିରି ବଟମହାବୀର ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି । ମନ୍ଦିର କମିଟି ପକ୍ଷରୁ ଥାନାରେ ଅଭିଯୋଗ । ପୋଲିସ ଘଟଣାର ଛାନ୍ଭିନ୍ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ବ୍ରହ୍ମଗିରି ବଟମହାବୀର ମନ୍ଦିରରରୁ ତାଲା ଭାଙ୍ଗି ଚୋରି ହୋଇଛି । ମନ୍ଦିରରୁ ତାଲିଭାଙ୍ଗି ରୂପା କିରଟି, ଦାନବାକ୍ସରୁ ଟଙ୍କା ଚୋରି ହୋଇଥିବାର ଅଭିଯୋଗ ହୋଇଛି । ମଙ୍ଗଳବାର ଦିନ ସକାଳ ସମୟରେ ମନ୍ଦିରର ପୂଜକ ପୂଜା କରିବାକୁ ଆସିବା ସମୟରେ ଚୋରି ହୋଇଥିବାର ଦେଖିବାକୁ ପାଇଥିଲେ । ଚୋରି ଖବର ନେଇ ମନ୍ଦିର କମିଟି ପକ୍ଷରୁ ବ୍ରହ୍ମଗିରି ଥାନାରେ ଅଭିଯୋଗ କରାଯାଇଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023