ବିଳମ୍ବିତ ରାତିରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଚୋରୀ

Published By : Prameya-News7 Bureau | November 12, 2023 IST

କରଞ୍ଜିଆ12/11 : ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଚୋରୀ। ଶନିବାର ବିଳମ୍ବିତ ରାତିର ଏ ଘଟଣା। କରଞ୍ଜିଆ ଯଶୀପୁର ଥାନା ଯାମୁକେଶ୍ୱର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ତାଲା ଭାଙ୍ଗି ଚୋରୀ କରିଛନ୍ତି ଦୁର୍ବୃତ୍ତ।

କାର୍ଯ୍ୟାଳୟ ଭିତରୁ ଏକ ପ୍ରିଣ୍ଟର ମେସିନ୍, ଗୋଟିଏ ଫ୍ୟାନ୍ ଓ ଗଚ୍ଛିତ ରହିଥିବା ଖଜଣା ଟଙ୍କା ସବୁକୁ  ଦୁର୍ବୃତ୍ତ ମାନେ ଲୁଟି ନେଇଥିବା ସୂଚନା ଦେଇଛି ପୋଲିସ୍। ଘଟଣା ସ୍ଥଳରେ ଯଶୀପୁର ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ହେଲେ ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ଧରା ପଡ଼ି ନାହାନ୍ତି।

Also Read- ଶ୍ରୀକ୍ଷେତ୍ରରେ ନିଆରା ଦୃଶ୍ୟ, ବଡବଡୁଆ ଡାକି କାଉଁରିଆ କାଠି ଜାଳିଲେ ବିଦେଶୀ ପର୍ଯ୍ୟଟକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.