ଚଣ୍ଡିଖୋଲ 29/10 : ମହାବିଦ୍ୟାଳୟରୁ ଲୁଟ୍। ମହାବିଦ୍ୟାଳୟର ବାଳକ ଛାତ୍ରାବାସରୁ ଦୁର୍ବୁତ୍ତମାନେ ଲୁଟି ନେଲେ ୪୦ଗୋଟି ଫ୍ୟାନ୍ ସହ ବିଭିନ୍ନ ସାମଗ୍ରୀ। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ବାବା ଭୈରବାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଆସିଛି ଏଭଳି ଅଭିଯୋଗ।
ମହାବିଦ୍ୟାଳୟର ନୂଆ ଛାତ୍ରାବାସରୁ ପାଖାପାଖି ୪୦ଟି ଫ୍ୟାନ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଛି। ଏନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବାତ୍ୟା ଦାନା ପାଇଁ ମହାବିଦ୍ୟାଳୟ ଛୁଟି ରହିଥିଲା। କେହି ନ ଥିବା ସୁଯୋଗ ନେଇ ଦୃବୃତ ମାନେ ଏଭଳି ଘଟଣା ଘଟାଇଛନ୍ତି । ଏହି ସୁଯୋଗରେ ଦୁର୍ବୁତ୍ତମାନେ ଲୁଟ୍ କରିଥିବା ଅଭିଯୋଗରେ ଦର୍ଶା ଯାଇଛି ।
ଅନ୍ୟପକ୍ଷରେ ଛାତ୍ରାବାସରେ ଲାଗିଥିବା ସ୍କାଏ ଲାଇଟ ଓ ପାଇଖାନା ଗୃହ କାଚ ଭାଙ୍ଗି ସେହି ବାଟ ଦେଇ ଦୁର୍ବୁତ୍ତମାନେ ପଶି ଲୁଟ୍ କରି ନେଇଛନ୍ତି । ସେହିପରି ଛୁଟି ସମୟରେ ଦିନ ଓ ରାତି ଜଗୁଆଳି ବ୍ୟବସ୍ଥା କଡାକଡି କରାଯାଇନଥିବା ଅଭିଯୋଗ ହୋଇଛି। ବଡ଼ଚଣା ପୋଲିସ ମହାବିଦ୍ୟାଳୟରେ ପହଞ୍ଚି ସିସି ଟିଭି ଫୁଟେଜକୁ ଜବତ କରିବା ସହ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଚଳାଇଛି।
Also Read- ଓଡ଼ିଶା ଛାତିରେ ତାଣ୍ଡବ ରଚିଥିଲା ପ୍ରକୃତି ; ସେ କାଳରାତି ଆଜି ବି ଅଭୁଲା