ଅଟକାଇଲେ, ମୁଣ୍ଡରେ ବନ୍ଧୁକ ଲଗାଇଲେ, ମୋବାଇଲ୍‌ ଫୋନ୍‌ ସହ ନଗଦ ଟଙ୍କା ଛଡ଼ାଇ ନେଲେ

Published By : Prameya-News7 Bureau | June 21, 2021 IST

ବାଲିପାଟଣା, ୨୧/୦୬: ପୁଣି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ୍ ହୋଇଛି । ଫାଇନାନ୍ସ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨୨ ହଜାର ଟଙ୍କା ଲୁଟି ନେଇଛନ୍ତି ତିନି ଲୁଟେରା । ବାଲିପାଟଣା ଥାନା ଭାକରସାହି ରାସ୍ତାରେ ଏପରି ଘଟଣା ଘଟିଛି ।

ସୂଚନା ଅନୁସାରେ, ସୂର୍ଯୋଦୟ ଫାଇନାନ୍ସ କର୍ମଚାରୀ ପ୍ରକାଶ ଚନ୍ଦ୍ର ଚମ୍ପତି ଋଣ ଟଙ୍କା ଆଦାୟ କରି ବନମାଳିପୁର ଅଭିମୁଖେ ଫେରୁଥିଲା ବେଳେ ୩ ଜଣ ଯୁବକ ବାଇକରେ ଆସି ତାଙ୍କୁ ଭାକରସାହି କେନାଲ ବନ୍ଧ ରାସ୍ତାରେ ଅଟକାଇ ଥିଲେ । କିଛି ବୁଝିବା ପୂର୍ବରୁ ମୁଣ୍ଡରେ ବନ୍ଧୁକ ଲଗାଇ ଧମକାଇବା ସହ ପାଖରେ ଯାହା ଅଛି ଦେଇଦେବାକୁ କହିଥିଲେ । ସେହି ସମୟରେ ଅନ୍ୟ ଜଣେ ତାଙ୍କ ଠାରୁ ୨୨ ହଜାର ଟଙ୍କା ଏବଂ ଦାମୀ ମୋବାଇଲ ଫୋନ ଛଡାଇ ଆଖି ପିଛୁଳାକେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଖବର ପାଇ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.