Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨ ମାସର ଶିଶୁ ମୁଣ୍ଡରେ ବନ୍ଧୁକ ରଖି ଧମକ ଦେଲେ, ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ରୁପା

7/06/2023 at 3:40 PM

ନୂଆପଡା ୦୭/୦୬: ବନ୍ଧୁକ ମୁନରେ ଲୁଟ୍ । ୨ ମାସର ଶିଶୁ ମୁଣ୍ଡରେ ବନ୍ଧୁକ ରଖି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ରୁପା । ଜଣେ ଗୁରୁତର,ନୂଆପଡା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ନୂଆପଡା ଜିଲ୍ଲା ଖଡିଆଳ ଥାନା ଖୁଦପେଜ ଗାଁର ଘଟଣା ।

ମଙ୍ଗଳବାର ରାତି ୯ଟା ସମୟରେ ଘର ପଛପଟ ବାଡ ଡେଇଁ ହଠାତ ଛଅଜଣ ବ୍ୟକ୍ତି ଘର ଭିତରକୁ ପଶିଥିଲେ । ଦୁଇ ବୃଦ୍ଧ ଦମ୍ପତ୍ତିଙ୍କୁ ମାଡ ମାରିବା ସହ ବୃଦ୍ଧାଙ୍କୁ ପଛପଟୁ ବାନ୍ଧି ଦେଇଥିଲେ । ପରେ ଗୋଟିଏ ୨ମାସର ଶିଶୁକୁ ଢାଲ କରିବା ସହ ଶିଶୁ ମୁଣ୍ଡରେ ବନ୍ଧୁକ ରଖି ସୁନା ଗହଣା ଓ ଟଙ୍କା ରଖାଯାଇଥିବା ବକ୍ସର ଚାବି ଦାବି କରିଥିଲେ । ଭୟରେ ଚାବି ଦେବା ପରେ ସବୁତକ ଲୁଟି ଚାଲି ଯାଇଥିଲେ ।

ଖଡିଆଳ ପୋଲିସ ଖବର ପାଇ ରାତିରେ ଖୁଦପେଜ ଯାଇଥିବା ବେଳେ ଲୋକେ ଗାଁ ଦାଣ୍ଡ ରେ ବସିଥିବା ଦେଖି କଥା କିଛି ଅଲଗା ଥାଇପାରେ ବୋଲି ଅନୁମାନ କରୁଥିଲେ । ତେବେ ଡକାୟତ କୁହା ଯାଉଥିବା ଭିତରୁ ତିନିଜଣ ସୁନ୍ଦର ଶ୍ୟାମଙ୍କ ସମ୍ପର୍କିୟ ବୋଲି ଜଣାପଡିଛି । ତା ଭିତରେ କିଛି ଯୁବକ ହିନ୍ଦିରେ କଥା ହେଉଥିବା ମଧ୍ୟ ପ୍ରକାଶ କରିଛନ୍ତି ଗୁରୁତର ସୁନ୍ଦର ଶ୍ୟାମ ।

ପୂର୍ବରୁ ବଲାଙ୍ଗିର ଜିଲ୍ଲା ପାଟଣାଗଡ ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ସହ ଟଙ୍କା ନେଣ ଦେଣକୁ ନେଇ ପାଟିତୁଣ୍ଡ ହୋଇଥିବା ବେଳେ ବିଳମ୍ୱିତ ରାତିର ଘଟଣା ପଛରେ କଳା ବ୍ୟବସାୟ ଥିବା ଅନୁମାନ ମଧ୍ୟ କରାଯାଉଛି । ତେବେ ଘଟଣା ସ୍ଥଳକୁ ଖୋଦ ନୁଆପଡା ଏସପି ପହଞ୍ଚି ଘଟଣା ପଛର ରହସ୍ୟ ଖୋଜୁଛନ୍ତି ।

   Related Posts