ମହିଳା ଡାକ୍ତରଙ୍କ ନିକଟରୁ ଲୁଟ୍‌, ଧରାପଡ଼ି ଥାନାକୁ ଗଲେ ଦୁଇ ଲୁଟେରା

Published By : Prameya-News7 Bureau | August 08, 2022 IST

ମାର୍ଶାଘାଇ, ୦୮।୦୮: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ୫୩ ନମ୍ବର ଜାତୀୟ ରାଜପଥ କେନାଲ ବ୍ରିଜ ନିକଟରୁ ଲୁଟ୍‌ । ୨ ଜଣ ଲୁଟେରା ବାଇକରେ ଆସି ଜଣେ ମହିଳା ଡାକ୍ତରଙ୍କ ବେକରୁ ଚେନ୍ ଛିଡାଇ ନେଇଯାଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି । ସୂଚନା ମୁତାବକ ପାଇଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସାଗରୀକା ମହାପାତ୍ର କୌଣସି ଏକ କାର୍ଯ୍ୟରେ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଭିମୁଖେ ୫୩ ନମ୍ବର ଜାତୀୟ ରାଜପଥ ଦେଇ  ଆସୁଥିଲେ ।

ଦୁଇ ଜଣ ଲୁଟେରା ଅନ୍ୟ ଏକ ବାଇକରେ ପଛରେ ଆସି ଡାକ୍ତରଙ୍କ ବେକରୁ ସୁନା ଚେନ୍ ଏବଂ ଦୁଇଟି ଲକେଟ ଛିଡାଇ ନେଇ ପଳାଇ ଯାଉଥିବା ବେଳେ ଡାକ୍ତର ଜଣଙ୍କ ଚିତ୍କାର କରିଥିଲେ । ପାଟିଶୁଣି ସ୍ଥାନୀୟ ଲୋକମାନେ ଲୁଟେରା ମାନଙ୍କୁ ଧରିବାପାଇଁ ଗୋଡାଇଥିଲେ । ଲୁଟେରା ବାଇକ୍ ଛାଡି ଦୌଡି ପଳାଇ ଯାଉଥିବା ସମୟରେ ସ୍ଥାନୀୟ ଲୋକେ ଲୁଟେରାମାନଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି।

ପରେ ଲୁଟେରାମାନଙ୍କ ଦ୍ବାରା ଶିକାର ଡାକ୍ତର ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିବାପରେ ଦୁଇ ଲୁଟେରାଙ୍କୁ ପୋଲିସ ଗିରଫ କରିବା ସହିତ ସୁନା ଚେନ ଏବଂ  ସେଥିରେ ଲାଗିଥିବା ୨ଟି ଲକେଟ ଜବତ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଦୁଇଜଣ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବଳରାମପୁର ଗାଁର ସେକ୍ ଅହମ୍ମଦ ଏବଂ ମହମ୍ମଦ ଇମ୍ରାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.