ନୃସିଂହନାଥ ମନ୍ଦିର ହୁଣ୍ଡିରୁ ଚୋରି, ଥାନାରେ ଏତଲା

Published By : Prameya-News7 Bureau | August 24, 2023 IST

ପଦ୍ମପୁର ୨୪।୮: ନୃସିଂହନାଥ ମନ୍ଦିରର ଦାନ ବାକ୍ସ ଚୋରି । ପାଇକମାଲ ଥାନା ନୃସିଂହନାଥ ପୀଠରେ ବୁଧବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ମନ୍ଦିରର ଦାନବାକ୍ସ ଚୋରି ହୋଇଥିବା ପାଇକମାଲ ଥାନାରେ ଏତଲା ଦିଆଯାଇଛି । ନୃସିଂହନାଥ ପୀଠରେ ମହାପ୍ରଭୁ ମାର୍ଜାର କେଶରୀ ପୂଜା ପାଇଥାନ୍ତି । ମହାପ୍ରଭୁଙ୍କ ଗର୍ଭଗୃହ ସମ୍ମୁଖରେ ତିନିଗୋଟି ଛୋଟ ଛୋଟ ଓ ଗୋଟିଏ ବଡ ଦାନ ବାକ୍ସ ସମୁଦାୟ ଚାରିଗୋଟି ଦାନ ବାକ୍ସ ରହିଛି ।

{"id":835060,"width":739,"height":412,"sizeSlug":"full","linkDestination":"none"}

ବୁଧବାର ବିଳମ୍ବିତ ରାତିରେ ପ୍ରାୟ ୧ରୁ ୨ଟା ସମୟ ମଧ୍ୟରେ ତିନି ଜଣ ମୁଖା ପିନ୍ଧା ବ୍ୟକ୍ତି ମନ୍ଦିରର ତାଲା ଭାଙ୍ଗି ମନ୍ଦିର ଭିତରେ ପ୍ରବେଶ କରୁଥିବା ସିସିଟିଭିରେ କଏଦ ହୋଇଥିବା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ମନ୍ଦିର ଦାନ ବାକ୍ସରେ ଗୋଟିଏ ମାସର ଦାନ ଅର୍ଥ ରହିଥିବା ମନ୍ଦିର ପକ୍ଷରୁ ସୂଚନା ରହିଛି । ଏ ସଂକ୍ରାନ୍ତରେ ପାଇକମାଲ ଥାନା କେଶ ନମ୍ବର ୧୯୪/୨୩ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।

You Can Read :

wp:embed {"url":"https://www.prameyanews7.com/mao-banner-hoisted-at-ramnakupuli-street/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mao-banner-hoisted-at-ramnakupuli-street/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.