ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଚୋର, ନେଇଗଲେ ୧୫ଭରି ସୁନା ଗହଣା ସହ ନଗଦ ଟଙ୍କା
9/06/2023 at 5:58 PM

ବ୍ରହ୍ମପୁର ୯।୬: ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ତୁଳସୀ ନଗରରେ ବଡ଼ ଧରଣର ଚୋରି । ତୁଳସୀ ନଗର ୯ମ ଲାଇନ୍ ସ୍ଥିତ ମହମ୍ମଦ ଜିଲାନିଙ୍କ ବାସଭବନରୁ ଗୁରୁବାର ରାତିରେ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଘରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ପ୍ରାୟ ୧୫ରୁ ୨୦ଭରି ସୁନା ଅଳଙ୍କାର ସହ ନଗଦ ୨୦ ହଜାର ଟଙ୍କା ଚୋରି କରିନେଇଥିବା ଜଣାପଡିଛି । ତେବେ ଚୋରି ବେଳର ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ମହମ୍ମଦ ଜିଲାନି ଓ ତାଙ୍କ ପରିବାର ଘରେ ତାଲା ପକାଇ ବିଶାଖାପାଟନା ଭ୍ରମଣ ପାଇଁ ଯାଇଥିବା ବେଳେ ଚୋରଙ୍କ ନଜର ଘର ଉପରେ ପଡିଥିଲା । ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ନଗଦ ଟଙ୍କା ଚୋରି କରିବାରେ ସଫଳ ହୋଇଥିଲେ । ଚୋରି ହୋଇଥିବା ନେଇ ଜିଲାନିଙ୍କ ଭାଇ ଥାନାରେ ଜଣେଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘରେ ଲାଗିଥିବା ସିସିଟିଭି ଫୁଟେଜକୁ ସଂଗ୍ରହ କରି ତଦନ୍ତ କରୁଛି ।
You Can Read :