ହିଞ୍ଜିଳି୮/୧୧: ହିଞ୍ଜିଳି ଅଞ୍ଚଳରେ ମାତିଛନ୍ତି ଲୁଟେରା। ହିଞ୍ଜିଳି ଥାନା ଗୀତା ଭବନ ସମ୍ମୁଖରେ ଥିବା ଅଭିମନ୍ୟୁ ଦଳାଇଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଚୋରି ଅଭିଯୋଗ ହୋଇଛି।
ଘଟଣା ସଂପର୍କରେ ହିଞ୍ଜିଳି ପୋଲିସ ଖବର ପାଇବା ପରେ ଛାନ୍ ଭିନ୍ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବାସଭବନରୁ ନଗଦ ୧୫ ହଜାର ଟଙ୍କା ସହ ୨୦ ଭରି ସୁନା ଓ ୧୦ ଭରି ରୂପ ଚୋରି ହୋଇଥିବା ଅଭିଯୋଗ ହୋଇଛି।