ଠାକୁରଙ୍କୁ ଜୁହାର ବେଳେ ବ୍ୟବସାୟୀଙ୍କ ଟଙ୍କା ବ୍ୟାଗ୍ ଲୁଟିନେଲେ ଦୁର୍ବୃତ୍ତ
11/01/2019 at 12:52 PM

ବାରିପଦା ୧୧|୧: ମୟୁରଭଞ୍ଜ ଜିଲ୍ଲା ବାରିପଦା ମୁଖ୍ୟ ବଜାର ଟ୍ରାଫିକ୍ ଛକ ନିକଟରେ ବ୍ୟବସାୟୀଙ୍କ ନିକଟରୁ ଲୁଟ୍ ହୋଇଛି । ସକାଳ ୭ଟା ୪୦ରେ ଜଣେ ବ୍ୟବସାୟୀଙ୍କ ନିକଟରୁ ୨ଲକ୍ଷ ୧୦ ହଜାର ଟଙ୍କା ଲୁଟ୍ ହୋଇଛି । ହାର୍ଡୱାର ଦୋକାନ ମାଲିକ ପ୍ରଶାନ୍ତ ସାହୁଙ୍କ ନିକଟରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ପ୍ରଶାନ ଦୋକାନ ଖୋଲିବା ବେଳେ ଟଙ୍କା ବ୍ୟାଗ୍ ପାଖରେ ରଖି ଠାକୁରଙ୍କୁ ଜୁହାର ହେବା ବେଳକୁ ଲୁଟ୍ ର ଶିକାର ହୋଇଛନ୍ତି । ଦୁଇ ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ଟଙ୍କା ବ୍ୟାଗ୍ ନେଇ ବାଲେଶ୍ବର ଗୋଲାଇ ପଟେ ପଳାଇଥିଲେ । ଏନେଇ ପ୍ରଶାନ୍ତ ଟାଉନ୍ ଥାନାରେ ଏତଲା ଦେଇଛନ୍ତି । ଆଖପାଖରେ ଲାଗିଥିବା ଦୋକାନର ସିସିଟିଭି ଫୁଟେଜ୍ ଜାଞ୍ଚ କରି ପୋଲିସ ଘଟଣାର ତଦନ୍ତ କରୁଛି ।
Related Posts
ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
7 February 2023
ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
7 February 2023