ଜଗତସିଂହପୁରରେ ଫାଙ୍କା ଗୁଳି ଚାଳନା କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
6/09/2018 at 5:46 PM

ଜଗତସିଂହପୁର ୬|୯: ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ନରଣପୁରଠାରେ ଫାଙ୍କା ଗୁଳି ଚାଳନା କରି ଏସକେଏସ ଫାଇନାନ୍ସ କର୍ମଚାରୀ ମନୋଜ ଜେନାଙ୍କଠାରୁ ୧ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । କର୍ମଚାରୀ ଜଣକ କଲେକ୍ସନ ସାରି ଜଗତସିଂହପୁର ଫେରୁଥିବା ବେଳେ ନରଣପୁର ଛକ ନିକଟରେ ୨ଟି ବାଇକରେ ତିନି ଜଣ ଦୁର୍ବୁତ୍ତ ତାଙ୍କ ଗାଡିକୁ ଅଟକାଇଥିଲେ । ପରେ ଫାଙ୍କା ଗୁଳି ଚାଳନା କରି କର୍ମଚାରୀଙ୍କଠାରୁ ଲୁଟ୍ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ନାଉଗାଁ ପୋଲିସ ପହଁଚିବା ସହିତ ଗୋଟିଏ ଖୋକା ଜବତ କରି ତଦନ୍ତ ଚଳାଇଛି । ଗତ କିଛି ଦିନ ତଳେ ନାଉଗାଁ ଅଞ୍ଚଳରୁ ଭାରତ ଫାଇନାନ୍ସ କର୍ମଚାରୀଙ୍କଠାରୁ ଦୁର୍ବୁତ୍ତ ମାନେ ୧ଲକ୍ଷ ୨୦ ହଜାର ଟଙ୍କା ଲୁଟ କରିଥିଲେ ।
Related Posts
ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୧୦ବର୍ଷ ଜେଲ୍ ଦଣ୍ଡ
7 July 2022
୪୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ବେପାରୀ ଗିରଫ
7 July 2022