suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର

31/10/2020 at 6:51 PM

ବ୍ରହ୍ମପୁର,୩୧/୧୦:ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ  ବିନୋଦ ଜୁଏଲର୍ସରୁ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୋକାନର ଛାତ କଣା କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ସୂଚନା ମିଳିଛି ।

ଦୋକାନର ଷ୍ଟ୍ରଙ୍ଗ୍ ରୁମରୁ ଦୁର୍ବୃତ୍ତମାନେ ଅଳଙ୍କାର ଚୋରି କରି ନେଇଛନ୍ତି । ତେବେ ଦୁଇ କିଲୋ ସୁନା ଅଳଙ୍କାର ଚୋରି ହୋଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି । ଏହି ଅଳଙ୍କାରର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଛି । ସିସି ଫୁଟେଜ୍ ଆଧାରରେ ପୋଲିସ୍  ତଦନ୍ତ କରୁଥିବା ବେଳେ ଆଗକୁ ସମସ୍ତ ରହସ୍ୟ ଉପରୁ ପରଦା ହଟିବ ବୋଲି ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି ।

   Related Posts