ବାଇକ୍ ଡିକି ଭାଙ୍ଗି ନେଇଗଲେ ୫୦ ହଜାର ଟଙ୍କା, ଫଳ କିଣିବାକୁ ଯାଇଥିବା ବେଳେ ଲୁଟ୍

Published By : Prameya-News7 Bureau | May 17, 2023 IST

ବଡବିଲ ୧୭।୫: ଟ୍ରାନ୍ସପୋର୍ଟ କର୍ମଚାରୀଙ୍କ ବାଇକ୍ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟ୍ । କେନ୍ଦୁଝର ଜିଲ୍ଲା ଯୋଡ଼ା ବସଷ୍ଟାଣ୍ଡ ନିକଟରୁ ଏହି ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । କୋଣାର୍କ ଲଜିଷ୍ଟିକ୍‌ର କର୍ମଚାରୀ ଉତ୍ତମ କୁମାର ପୁହାଣ ଏନେଇ ଅଭିଯୋଗ କରିଛନ୍ତି ।

{"id":787795,"width":739,"height":406,"sizeSlug":"full","linkDestination":"none"}

ଅଭିଯୋଗ ଅନୁସାରେ, ସେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଲକ୍ଷେ ଟଙ୍କା ଉଠାଇ ନିଜ ପ୍ୟାଣ୍ଟ୍ ପ୍ୟାକେଟରେ ୫୦ ହଜାର ଓ ବାଇକ୍ ଡିକିରେ ୫୦ ହଜାର ଟଙ୍କା ରଖି ବସ୍‌ଷ୍ଟାଣ୍ଡ ନିକଟକୁ ଆସିଥିଲେ । ସେଠାରେ ସେ ବାଇକ୍ ରଖି ଏକ ଦୋକାନରୁ ଫଳ କିଣିବାକୁ ଯାଇଥିଲେ । ତେବେ ଫଳ କିଣି ଫେରିବା ବେଳକୁ କେହି ଦୁର୍ବୃତ୍ତ ତାଙ୍କ ବାଇକ୍ ଡିକି ଭାଙ୍ଗି ୫୦ ହଜାର ଟଙ୍କା ନେଇଯାଇଥିବା ଜାଣିବାକୁ ପାଇଥିଲେ । ଏନେଇ ସଙ୍ଗେ ସଙ୍ଗେ ଯୋଡ଼ା ପୋଲିସକୁ ଖବର ଦିଆଯିବା ପରେ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.