ସାଲେପୁର ଥାନା ନିକଟରୁ ଲୁଟ୍ ; ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
12/11/2018 at 1:09 PM

କଟକ ୧୨|୧୧: ସାଲେପୁର ଥାନା ନିକଟରୁ ବ୍ୟାଙ୍କ ମ୍ୟାନେଜରଙ୍କ ଘରୁ ଲୁଟ୍ ହୋଇଛି । ଲକ୍ଷାଧିକ ଟଙ୍କାର ସୁନା, ରୂପା ସହ ନଗଦ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ କଟକ ଜିଲ୍ଲା ସାଲେପୁର ଥାନାରୁ ୧୦୦ମିଟର ଦୂରରୁ ଲୁଟ୍ ହୋଇଛି । ଥିବା ବ୍ୟାଙ୍କ ମ୍ୟାନେଜର ପ୍ରମୋଦ ପଣ୍ଡାଙ୍କ ଘରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ପ୍ରମୋଦ ଘରେ ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ କବାଟ ତାଲା ଭାଙ୍ଗି ଘରେ ପସିଥିଲେ। ଘର ଭିତରେ ଥିବା ଆଲମାରୀ ଭାଙ୍ଗି ସୁନା ଓ ରୂପା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
Related Posts
କଟକ ନରାଜ ନିକଟରେ ୪ଲକ୍ଷ ୬୦ହଜାର ୯ଶହ ୫୪ ଘନଫୁଟ ଜଳ ପ୍ରବାହିତ
15 August 2022
ଅଭାବନୀୟ : ଗଛରେ ଝୁଲୁଛି ମାଆ ଏବଂ ପୁଅଙ୍କ ମୃତଦେହ
15 August 2022