ବାଲିପାଟଣା ଆଇତଳଙ୍ଗ ନିକଟରେ ବନ୍ଧୁକ ଦେଖାଇ ୪ ଲକ୍ଷ ଟଙ୍କା ଲୁଟ୍
27/08/2018 at 10:36 PM

ପୁରୀ ୨୮।୮ : ବନ୍ଧୁକ ମୁନରେ ୪ ଲକ୍ଷ ଟଙ୍କା ଲୁଟ୍ । ସେଲ୍ସ ମ୍ୟାନଠାରୁ ୪ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ବାଲିପାଟଣା ଉତ୍ତରା-ନିମାପଡା ରାସ୍ତା ଆଇତଳଙ୍ଗ ଗାଁ ନିକଟରୁ ଲୁଟ୍ ହୋଇଛି । ଗତକାଲ ବିଳମ୍ବିତ ରାତିରେ ଟଙ୍କା କଲେକ୍ସନ କରି ବୋଲେରୋରେ ଫେରୁଥିଲେ ସେଲ୍ସମ୍ୟାନ୍ ସଞ୍ଜୟ ସ୍ବାଇଁ । ୨ଟି ବାଇକ୍ରେ ୪ ଜଣ ଲୁଟେରା ଆସି ତାଙ୍କ ଗାଡିକୁ ଅଟାଇଥିଲେ । ପରେ ବନ୍ଧୁକ ଦେଖାଇ ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।ଏନେଇ ବାଲିପାଟଣା ଥାନାରେ ଅଭିଯୋଗ ପରେ ଲୁଟେରାଙ୍କୁ ଧରିବାକୁ ଛାନ୍ଭିନ୍ କରୁଛି ପୋଲିସ । ସଂଜୟ ନିମାପଡାରେ ଥିବା ନୀଳାଦ୍ରି କଂପାନୀରେ କାମ କରନ୍ତି ।