ବୃଦ୍ଧାଙ୍କୁ ହାଣି ଲୁଟ୍, ଲହୁଲୁହାଣ କରି ନେଇଗଲେ ୮ ଲକ୍ଷ ଟଙ୍କା ଓ ୧ ଶହ ଗ୍ରାମ ସୁନା
27/09/2023 at 10:38 AM

ସୋର ୨୭।୦୯ : ବୃଦ୍ଧାଙ୍କୁ ହାଣି ଡକାୟତି । ବୃଦ୍ଧାକୁ ହାଣି ୮ ଲକ୍ଷ ଟଙ୍କା ଓ ୧ଶହ ଗ୍ରାମ ସୁନା ଲୁଟି ନେଲେ ଡ଼କାୟତ l ଗୁରୁତର ବୃଦ୍ଧା ଡାକ୍ତରଖନାରେ ଭର୍ତ୍ତି l ବାଲେଶ୍ବର ଜିଲ୍ଲା ଗୋପାଳପୁର ଥାନା ଯୁଣିଆ ବଜାରରେ ଏଭଳି ଅଘଟଣ ଘଟିଛି l
ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଯୁନିଆ ବଜାର ରାମ ମନ୍ଦିର ନିକଟରେ ରାଜକିଶୋର ଗୁପ୍ତା ଏକ ହୋଲସେଲ ତେଜରାତି ଦୋକାନ କରି ସେହିଠାରେ ରହୁଛନ୍ତି l କିଛିଦିନ ତଳେ ରାଜକିଶୋରଙ୍କ ସ୍ତ୍ରୀ ସୀମା ବାପଘର ଝlଡଖଣ୍ଡ ଚକ୍ରଧର ପୁରରେ ରହି ଟ୍ରେନ ଯୋଗେ ଗତ ରାତିରେ ଫେରୁଥିଲେ l ମଙ୍ଗଳବାର ରାତି ୧୦ ଟା ୩୦ରେ ରାଜକିଶୋର ଦୋକାନ ବନ୍ଦ କରି ସ୍ତ୍ରୀ ସୀମାକୁ ବାଲେଶ୍ୱର ରେଳ ଷ୍ଟେସନରୁ ଆଣିବାକୁ ଯାଇଥିଲେ l ରାଜକିଶୋରଙ୍କ ମା ଏକା ଘରେ ଥିଲେ l
କିଛି ଡ଼କାୟତ ରାଜକିଶୋରଙ୍କ ପାଚେରି ଡେଇଁ ଛାତ ଉପର ଦେଇ ଘରେ ପସି ରାଜକିଶୋରଙ୍କ ୮୫ ବର୍ଷୀୟ ମା ଶାନ୍ତିଲତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଗୁରୁତର କରିଥିଲେ । ଏହାପରେ ସୁନା ଗହଣା ଓ ନଗଦ ୮ ଲକ୍ଷ ଟଙ୍କା ଲୁଟ କରି ନେଇ ଫେରାର ହୋଇଯାଇଛନ୍ତି l ଭୋର ସମୟରେ ରାଜକିଶୋର ସ୍ତ୍ରୀ ସୀମା ସହ ଘରେ ପହଞ୍ଚି ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ମା ଶାନ୍ତିଲତାଙ୍କୁ ଉଦ୍ଧାର କରି ପ୍ରଥମେ ଗୋପାଳପୁର ଡାକ୍ତରଖାନlରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥାରେ ଗୁରୁତର ଥିବାରୁ ବାଲେଶ୍ବର ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି l ଗୋପାଳପୁର ପୋଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି ।