ସ୍ପଷ୍ଟ ଦିବାଲୋକରେ ଲୁଟ୍‌, ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାଚେନ୍‌

Published By : Prameya-News7 Bureau | October 17, 2022 IST

ଉଦଳା ୧୭।୧୦ : ସ୍ପଷ୍ଟ ଦିବାଲୋକରେ ଲୁଟ୍‌ । ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାଚେନ୍‌ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନ୍‌ଏସିର ୧ ନମ୍ବର ଓ୍ୱାର୍ଡରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସୋମବାର ମଧ୍ୟାହ୍ନରେ ରୀନାରାଣୀ ସେଠୀ ଉଦଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସାମ୍ନା ରାସ୍ତାରେ ଚାଲି ଚାଲି ଯାଉଥିଲେ । ଏହି ସମୟରେ ହଠାତ୍‌ ୩ଜଣ ଯୁବକ ବାଇକ୍‌ରେ ଆସି ଏକ ମୋବାଇଲ୍‌ ନମ୍ବର ବାବଦରେ ପଚାରିଥିଲେ । ରୀନାରାଣୀ କିଛି କହିବା ପୂର୍ବରୁ ଜଣେ ଦୁର୍ବୃତ୍ତ ତାଙ୍କ ବେକରେ ପିନ୍ଧିଥିବା ସୁନାଚେନ୍‌କୁ ଛିଣ୍ଡାଇ ଦେଇଥିଲେ । ଏହାପରେ ଏକ ବାଇକ୍‌ରେ ବସି ସେଠାରୁ ଚମ୍ପଟ ମାରିଥିଲେ ।

ସେପଟେ ଲୁଟ୍‌ ସଂପର୍କରେ ସୂଚନା ପାଇ ଉଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏହି ଲୁଟ୍‌ରେ ୩ଜଣ ସାମିଲ ଥିବା ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.