ଲୁଟ୍‌ ଯୋଜନା ପଣ୍ଡ : ଅଧାରାସ୍ତାରେ ଲୁଟ୍‌ ଟଙ୍କା-ଗାଡ଼ି ଛାଡି ଲୁଟେରା ମାରୁଥିଲେ ଚମ୍ପଟ, ଧରିପଡିଗଲା ପରେ...

Published By : Prameya-News7 Bureau | October 21, 2021 IST

ଉଦଳା ୨୧।୧୦: ଲୁଟ କରିବାକୁ ଆସିଥିଲେ । ହେଲେ ବିଚ୍‌ ମାର୍କଟେ ମଝିରେ ଲୁଟ କରି ଖସିଯିବା ପଡିଲା ମହଙ୍ଗା । ଅଧା ରାସ୍ତାରେ ଗାଡି ଏବଂ ଟଙ୍କା ଛାଡି ଖସି ଯାଇଥିଲେ ଲୁଟେରା । ପୁଣି ରାସ୍ତାରେ ଲୋକଙ୍କ ହାବୁଡରେ ପଡି ଖାଇଲେ ନିସ୍ତୁକ ମାଡ ।ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଂଚଳରେ ଘଟିଛି ଏଭଳି ଘଟଣା। 

{"id":530474,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ବୁଧବାର ମଧ୍ୟାହ୍ନ ସମୟରେ ଖୁଣ୍ଟା ବଜାରରେ ଜଣେ ବ୍ୟବସାୟୀଙ୍କ ଗାଡିରୁ ଟଙ୍କା ଭର୍ତି ବ୍ୟାଗ ଲୁଟି ନେଇ ଦୁଇ ଲୁଟେରା ବାଇକରେ ଖସିଯାଇଥିଲେ । ସ୍ଥାନୀୟ ଲୋକେ ଲୁଟେରାଙ୍କ ପିଛା କରିଥିଲେ । ହେଲେ କିଛି ବାଟ ଯିବା ପରେ ଧାନଘେରା କ୍ରସର ଛକରେ ଲୁଟେରା ମାନେ ଗାଡି ଏବଂ ଟଙ୍କା ଛାଡି ଜଙ୍ଗଲ ଭିତରକୁ ଚମ୍ପଟ ମାରିଥିଲେ । ଖୁଂଟା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗାଡି ଏବଂ ଟଙ୍କାକୁ ଜବତ କରିଥିଲା । ଏହା ପରେ ଲୁଟେରାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲା ପୋଲିସ୍‌ ।

{"id":530475,"sizeSlug":"full","linkDestination":"none"}

ତେବେ ଲୁଟେରାମାନେ ଜଙ୍ଗଲ ଭିତର ରାସ୍ତା ଦେଇ ଧାନଘେରା ଗ୍ରାମର ରୁତେଇସାହି ଅଞ୍ଚଳରେ ପଶିଥିଲେ । ସେଠାରେ ସେମାନେ ଚାଲି ଚାଲି ରାସ୍ତା ପାର ହେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡରେ ପଡିଥିଲେ । ସ୍ଥାନୀୟ ଲୋକେ ଲୁଟେରାଙ୍କୁ ଧରି ନିସ୍ତୁକ ମାଡ ମାରିଥିଲେ । ଯିଏ ଯେମିତି ପାରିଲା, ସେମିତି ମାରି ଚାଲିଲା । ଏହାପରେ ଲୁଟେରାଙ୍କୁ ଉଦଳା ପୋଲିସକୁ ହସ୍ତାନ୍ତର କରିଥିଲେ ସ୍ଥାନୀୟଲୋକେ । ଖୁଂଟା ପୋଲିସ୍‌ ଦୁଇ ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କର ଡାକ୍ତରୀ ମାଇନା କରାଇଛି ।

{"id":530476,"sizeSlug":"full","linkDestination":"none"}

ସେପଟେ ବାଲେଶ୍ବର ଅଞ୍ଚଳର ଯୁବକଙ୍କ ଠାରୁ ଲୁଟ ହୋଇଥିବା ୧ ଲକ୍ଷ ୫୭ ହଜାର ଟଙ୍କା ପୋଲିସ୍‌ ତାଙ୍କୁ ହସ୍ତାନ୍ତର କରିଛି । ଏହି ଲୁଟେରାମାନଙ୍କ ଘର ଯାଜପୁର ଜିଲ୍ଲା ପୂର୍ବକୋଟ୍ ଅଂଚଳର ବୋଲି ଜଣାଯାଇଛି । ଲୁଟେରା ଦୁଇ ଜଣ ହେଲେ ଆଉଲ ଶିବା ଏବଂ ଆହୁଲା ଗଙ୍ଗା । ଏହି ଦୁଇ ଲୁଟେରା ପୂର୍ବରୁ ଉଦଳା, ବୈଶିଙ୍ଗା ଆଦି ଥାନା ଅଞ୍ଚଳରେ ବିଭିନ୍ନ ଲୁଟ ଏବଂ ଛିନତାଇରେ ସାମିଲ ଥିବା ପୋଲିସ୍‌ ସୁରାକ ପାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.