Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଘରେ ନଥିଲେ କେହି, ତାଲା ଭାଙ୍ଗି ନେଇଗଲେ ସୁନା ଓ ରୂପା

13/10/2022 at 12:43 PM

ଟିଟିଲାଗଡ଼ ୧୩।୧୦ : ମାତିଛନ୍ତି ଲୁଟେରା । ଆଖିପିଛୁଲାକେ ସବୁ ଗାଏବ କରିଦେଉଛନ୍ତି । କେହିନଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଦେଇଛନ୍ତି ଲୁଟେରା । ପୋଲିସରେ ଅଭିଯୋଗ ପରେ ଖୋଳତାଡ଼ ଆରମ୍ଭ ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଟିଟିଲାଗଡ଼ ସହର ମଝିରେ ଥିବା ସ୍ୱାଧୀନପଡ଼ାର ହନୁମାନ ଜୈନଙ୍କ ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇ ଦେଇଛନ୍ତି ଲୁଟେରା । ଶ୍ରୀଯୁକ୍ତ ଜୈନଙ୍କ ସ୍ତ୍ରୀ କ୍ୟାନ୍‌ସରରେ ପିଡିତ । ତେଣୁ ତାଙ୍କ ଚିକିତ୍ସା ପାଇଁ ପୁରା ପରିବାର କଟକ ଯାଇଥିଲା । ଏହାର ସୁଯୋଗ ନେଇ ଦୁର୍ବୁତ୍ତମାନେ ମୁଖ୍ୟ ଗେଟ୍‌ର ତାଲା ଭାଙ୍ଗି ଘରେ ପଶି ସୁନା ଓ ରୂପା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ୍‌ ସଂପର୍କରେ ଖବର ପାଇ ଟିଟିଲାଗଡ଼ ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖି୍ଛି । ଏପିରିକି ଘରେ ଲାଗିଥିବା ସିସିଟିଭି କ୍ୟାମେରାର ଏକ ହାର୍ଡଡିକ୍ସକୁ ମଧ୍ୟ ଜବତ କରିଛି ପୋଲିସ ।

   Related Posts