ଘରେ ପଶି ଭୁଜାଲିରେ ଆକ୍ରମଣ, ଜଣେ ଗୁରୁତର

Published By : Prameya-News7 Bureau | September 26, 2022 IST

ସୋର ୨୬।୦୯ : ଘରେ ପଶି ହାଣିଲେ, ଲୁଟିଲେ। ଭୁଜାଲିରେ ଆକ୍ରମଣ କରି ନଗଦ ୫୦ ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ। ବାଲେଶ୍ବର ଖଇରା ବ୍ଲକ ପତଡ଼ା ଗାଁରେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ,  ଗାଁର ଉପେନ୍ଦ୍ର ପ୍ରସାଦ କର ତାଙ୍କ ପରିବାର ସହ ଘରେ ଶୋଇଥିବା ବେଳେ ୩ ଜଣ ଲୁଟେରା ଘରେ ପଶି ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଭୁଜାଲି ଓ ବାଡ଼ିରେ ଆକ୍ରମଣ କରି ଆଲମୀରାରେ ଥିବା ନଗଦ ୫୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ଫେରାର ହୋଇ ଯାଇଥିଲେ। ଲୁଟେରାଙ୍କ ଭୁଜାଲି ଆକ୍ରମଣରେ ଉପେନ୍ଦ୍ର ଗୁରୁତର ହୋଇଛନ୍ତି। ତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି । ତାଙ୍କୁ ପ୍ରଥମେ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.