ତାଲା ଭାଙ୍ଗି ମନ୍ଦିରରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇଗଲେ ଲୁଟେରା

Published By : Prameya-News7 Bureau | August 22, 2022 IST

ସୋର ୨୨।୦୮: ତାଲା ଭାଙ୍ଗି ମନ୍ଦିରରୁ ଲୁଟ୍‌ । ବାଲେଶ୍ୱର ଜିଲ୍ଲା ସୋର ଥାନା ସାଦମାପୁର ଗାଁର ନୃସିଂହ ଲକ୍ଷ୍ମୀନାରାୟଣ ମନ୍ଦିରୁ ୨ରୁ ୩ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍‌ ନେଇଛନ୍ତି ଦୁର୍ବୃତ୍ତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ମନ୍ଦିର ଫାଟକରେ ପଡିଥିବା ତାଲାକୁ ଭାଙ୍ଗି ମନ୍ଦିରରେ ପଶିଥିଲେ ଲୁଟେରା । ମନ୍ଦିରର ୮ଟି ସୁନା ଓ ରୁପା ମୁକୁଟ ଯାହାର ଆନୁମାନିକ ମୂଲ୍ୟ ୨ ରୁ ୩ ଲକ୍ଷ ଟଙ୍କାର ଗହଣା ହେବ ବୋଲି ଜଣାପଡିଛି । ସୋମବାର ସକାଳେ ପୂଜାରୀ ପୂଜା କରିବାକୁ ଆସିଥିବାବେଳେ ଜାଣିବାକୁ ପାଇଥିଲେ ଲୁଟ ହୋଇଛି । ପରେ ଏ ନେଇ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଛିଦିନ ବ୍ୟବଧାନ ପରେ ପୁଣି ଦୁର୍ବୃତ୍ତମାନେ ମନ୍ଦିରକୁ ଟାର୍ଗେଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.