କାନ୍ଥ କଣା କରି ମନ୍ଦିରରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ଟେର୍ ପାଉନି ପୋଲିସ
5/09/2022 at 11:22 AM

ସାନଖେମୁଣ୍ଡି ୦୫।୦୯: ଦିଗପହଣ୍ଡି ଥାନା ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ଚୋରି ଘଟଣା। ରାତି ସମୟରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ଅଞ୍ଚଳବାସୀ । କିଏ ଘର ଛାତ ଉପରେ ଶୋଇଥିବା ବେଳେ ଘର କବାଟ ତାଡି ଲୁଟ ତ ବାରି ପଟେ ଚତୁରତାର ସହ ଚୋରି ହେବା ଘଟଣା ସାମ୍ନାକୁ ଆସୁଛି। ଆଉ ଏବେ ମନ୍ଦିରକୁ ଟାର୍ଗେଟ କରୁଛନ୍ତି ଚୋର।
ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ଚଷା ନିମଖଣ୍ଡିପେଣ୍ଠ ଠାକୁରାଣୀ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ୍ ହୋଇଛି। ମନ୍ଦିରର କାନ୍ଥ କଣା କରି ଦାନ ହୁଣ୍ଡିର ତାଲା ଭାଙ୍ଗି ସେଥିରେ ଥିବା ସମସ୍ତ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ପୋଲିସ ଘଟଣା ଅଧିକ ତଦନ୍ତ କରୁଥିବା ବେଳେ ଚୋର ଟେର୍ ପାଉନଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023