ସମ୍ବଲପୁରରେ ବଡ଼ଧରଣର ଲୁଟ୍, ବାଇକ୍ରେ ଆସି ନେଇଗଲେ ୩୦୦ ଗ୍ରାମ ସୁନା
24/09/2023 at 3:08 PM

ସମ୍ବଲପୁର ୨୪।୦୯ : ସମ୍ବଲପୁର ମାନେଶ୍ୱର ଛକ ସ୍ଥିତ ମାନ୍ଧାତା ବାବା ସୁନା ଦୋକାନରୁ ସଶସ୍ତ୍ର ଡକାୟତି । ଦୁଇଟି ବାଇକ୍ରେ ଆସି ସୁନା ଦୋକାନରୁ ଲୁଟ୍ ହୋଇଥିବା ଅଭିଯୋଗ । ସଦର ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛନ୍ତି ।

ଖବର ଅନୁଯାୟୀ, ସମ୍ବଲପୁର ମାନେଶ୍ୱର ଛକ ମାନ୍ଧାତା ବାବା ସୁନା ଦୋକାନରୁ ଲୁଟ୍ ହୋଇଛି । ୨ଟି ବାଇକ୍ରେ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ୩୦୦ ଗ୍ରାମ ସୁନା ଲୁଟ୍ ନେଇ ଫେରାର ମାରିଛନ୍ତି ଡକାୟତି । ସେପଟେ ଲୁଟ୍ ନେଇ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ସଦର ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
Related Posts
ମନ୍ଦିର ନିକଟରୁ ବାଘ ଛାଲ ଜବତ; ୩ ଅଭିଯୁକ୍ତ ଗିରଫ
3 December 2023