ପୋଷ୍ଟ ଅଫିସରୁ ଲୁଟ୍‌, ଚୋର ନେଇଗଲେ ୫୦ ହଜାର ଟଙ୍କା

Published By : Prameya-News7 Bureau | November 09, 2022 IST

ରାଉରକେଲା ୦୯।୧୧:  ପୋଷ୍ଟ ଅଫିସରୁ ଚୋରି । ରାଉକଲୋ ସେକ୍ଟର-୧୯ରେ ଥିବା ଉପ-ଡାକଘରୁ ଚୋରି ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ପୋଷ୍ଟ ଅଫିସରେ ତାଲା ଭାଙ୍ଗି ପଶିଥିଲେ ଚୋର । ପାଖାପାଖି ୫୦ ହଜାର ଟଙ୍କା ଚୋରି ହୋଇଛି । ସେହିପରି ଲକର ଭାଙ୍ଗିବାରେ ବିଫଳ ହୋଇଛନ୍ତି ଚୋର । ଯାହାଫଳରେ କି ବଡ଼ଧରଣର ଚୋରିରୁ ରକ୍ଷା ମିଳିଛି । ଲକରରେ ପ୍ରାୟ ୧୦ ଲକ୍ଷ ଟଙ୍କା ରହିଥିଲା ବୋଲି ସୂଚନା ରହିଛି । ସେପଟେ ଲୁଟ୍‌ ସଂପର୍କରେ ଖବର ପାଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.