ଟ୍ରେନ୍ରେ ନିଶା ଦେଇ ଲୁଟ୍, ଦିଲ୍ଲୀରୁ କଟକ ଆସୁଥିଲେ ଦମ୍ପତ୍ତି
24/01/2023 at 1:32 PM

ପୁରୀ ୨୪।୦୧ : ଟ୍ରେନ୍ ଭିତରେ ନିଶା ଦେଇ ଦମ୍ପତିଙ୍କୁ ଲୁଟ୍। ପୁରୁଷୋତ୍ତମ ଏକ୍ସପ୍ରେସରେ ଦମ୍ପତିଙ୍କୁ ନିଶା ଦେଇ ହୋଇଛି ଲୁଟ୍। ଜିଆରପି ପକ୍ଷରୁ ତଦନ୍ତ ଆରମ୍ଭ ।
ଖବର ଅନୁଯାୟୀ, ଦିଲ୍ଲୀରୁ କଟକ ଆସୁଥିବା ବେଳେ ଦମ୍ପତ୍ତିଙ୍କ ଠାରୁ ଲୁଟ୍ ହୋଇଛି । ଲୁଟ୍ ର ଶିକାର ହୋଇଥିବା ଦମ୍ପତି ହେଉଛନ୍ତି ଜଗତସିଂହପୁର ଜନାର୍ଦନପୁରର କୁନି ମଲ୍ଲ ଓ ହେମନ୍ତ ମଲ୍ଲ। ସେମାନଙ୍କୁ ନିଶା ଦେଇ ଲୁଟ୍ ହୋଇଛି । ଏହାପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରେ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯିବ। ଆରପିଏଫ ଓ ଜିଆରପି ପକ୍ଷରୁ ତଦନ୍ତ ଜାରି ରହିଛି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023