ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ବ୍ୟାଙ୍କ ଲୁଟ୍‌ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ରିମାଣ୍ଡରେ ନେଲା ପୋଲିସ

31/01/2023 at 9:01 AM

ନୀଳଗିରି ୩୧।୦୧ : ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବରହମପୁର ଥାନା ଜାମୁନା ଅଞ୍ଚଳରେ ଥିବା ଷ୍ଟେଟ ବ୍ୟାଙ୍କ ଡକାୟତିର ମୁଖ୍ୟ ଅଭିଯୁକ୍ତ ଗିରଫ । ସୋର ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପରେ ବରହମପୁର ପୋଲିସ ରିମାଣ୍ଡରେ ଆଣିଥିବା ଜଣାପଡ଼ିଛି।

ଖବର ଅନୁଯାୟୀ, ସେରଗଡ଼ ଉଦଳା ୧୯ ନମ୍ବର ରାଜ୍ୟ ରାଜପଥ ଜାମୁନା ନିକଟରେ ଚନ୍ଦନ କୁମାର ସାହୁ ନାମକ ଜଣେ ବ୍ୟକ୍ତି ଷ୍ଟେଟ ବ୍ୟାଙ୍କ କିଓସ୍କୋ କରିବା ସହ ପାଖରେ ଏକ ଏଟିଏମ୍ ରହିଥିଲା। ଗତ ଜାନୁଆରୀ ୫ ତାରିଖ ଦିନ ଏଟିଏମରେ ଟଙ୍କା ଭର୍ତି କରାଯାଉଥିବା ବେଳେ ଦୁଇଟି ବାଇକରେ ୫ ଜଣ ଦୁର୍ବୃତ୍ତ ହଠାତ୍ ଭିତରକୁ ପଶିଥିଲେ। ହାତରେ ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରାଇଥିଲେ। ଏପରିକି ମାଲିକ ଚନ୍ଦନ ଏହାକୁ ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ସେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଏଟିଏମରୁ ଟଙ୍କା ଲୁଟିଥିଲେ ଦୁର୍ବୃତ୍ତ। ଏହା ପରେ ବ୍ୟାଙ୍କ ଭିତରକୁ ଯାଇ ବନ୍ଧୁକ ଦେଖାଇ ସେଠାରେ ମଧ୍ୟ ଟଙ୍କା ଲୁଟି ନେଇଯାଇଥିଲେ। ମୁହଁରେ ମାସ୍କ ଓ ଟୋପି ପିନ୍ଧିଥିବାରୁ ତାଙ୍କୁ କେହି ଚିହ୍ନି ପାରିନଥିଲେ।

ସେପଟେ କିନ୍ତୁ ଡକାୟତି ବେଳର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିଲା । ଦୁର୍ବୃତ୍ତମାନେ ମୟୁରଭଞ୍ଜ ଜିଲ୍ଲା ଛତାହୁଡ଼ି ଦେଇ ମାଙ୍କଡ଼ପଡା ରାସ୍ତାରେ ପଳାଇଥିଲେ। ଯିବା ରାସ୍ତାରେ କିଛି ଲୋକ ଅଟକାଇବାକୁ ଚେଷ୍ଟା କରିବାରୁ ଜାମୁନା ଛକରେ ଫଲ୍‌ସ ଫାଇରିଂ ମଧ୍ୟ କରିଥିଲେ । ଘଟଣାସ୍ଥଳରେ ବରହମପୁର ପୋଲିସ ପହଞ୍ଚି ତଦନ୍ତ କରି ଚାରିପଟ ରାସ୍ତା ସିଲ କରିଥିଲେ । ହେଲେ ପୋଲିସ ଆଖିରେ ଧୂଳିଦେଇ ଡକାୟତମାନେ ଖସି ଯାଇଥିଲେ। ଏନେଇ ବରହମପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଆସି ତନାଘନା କରିଥିଲା।

ତେବେ ସୋମବାର ସୋର ପୋଲିସ ବିଭିନ୍ନ ଅଞ୍ଚଳରୁ ଚଢ଼ାଉ କରି କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ଜାମୁନା ବ୍ୟାଙ୍କ ଡକାୟତିରେ ୩ ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଛି । ରାତିରେ ବରହମପୁର ପୋଲିସ ଜଣଙ୍କୁ ରିମାଣ୍ଡରେ ଆଣିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

   Related Posts