ଗ୍ରୋସରୀ ଦୋକାନରୁ ଲୁଟ୍‌, ନେଇଗଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ

Published By : Prameya-News7 Bureau | March 05, 2022 IST

ମାହାଙ୍ଗା ୦୫।୦୩ : ଗ୍ରୋସରୀ ଦୋକାନରୁ ଲୁଟ୍‌ । ମାହାଙ୍ଗୀ କୁହୁଣ୍ଡା ପଞ୍ଚାୟତ କୋଠପଦା ବଜାରରୁ ଏହି ଲୁଟ୍‌ ହୋଇଛି । ଏନେଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି ।

{"id":596072,"sizeSlug":"full","linkDestination":"none"}

ଖବର ଅନୁଯାୟୀ, କୋଠପଦା ହାଇସ୍କୁଲ ସାମ୍ନାରେ ସ୍ଥାନୀୟ କୁହୁଣ୍ଡା ଗାଁର ଅଜୟ ନାୟକଙ୍କ ତେଜରାତି ଦୋକାନ ରହିଛି । ଲୁଟେରାମାନେ ଅଜୟଙ୍କ ଦୋକାନ ଘର ଭାଙ୍ଗି ଖାଇବା ତେଲ, ଅମୁଲ, ସାବୁନ, ସର୍ଫ , ନଗଦ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି । ଏନେଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି ।  ଥାନା ଆଇଆଇସିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ରାତି ସମୟରେ ପୋଲିସ ପାଟ୍ରୋଲିଂ ବଢାଇବାକୁ ସାଧାରଣରେ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.