ଟ୍ରାଫିକ୍ ଛକରେ ଲୁଟ୍, ଆଖି ପିଛୁଳାକେ ନେଇଗଲେ ୩ଲକ୍ଷ ଟଙ୍କା
1/02/2023 at 8:46 AM

କୋରାପୁଟ ୦୧।୦୨ : କୋରାପୁଟରେ ଦିନ ଦ୍ୱିପ୍ରହରରେ ଲୁଟ୍ । ଟ୍ରାଫିକ ଛକରୁ ଜଣେ ମହିଳାଙ୍କ ହାତରୁ ଆଖି ପିଛୁଳାକେ ତିନି ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। କୋରାପୁଟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଭ୍ୟ ପର୍ଶୁ ମୁଦୁଲି ଓ ତାଙ୍କ ସ୍ତ୍ରୀ ବ୍ୟାଙ୍କ ରୁ ତିନି ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବା ସମୟରେ ଲୁଟ ହୋଇଛି।
ଖବର ଅନୁଯାୟୀ, ଏଚଡିଏଫସି ବ୍ୟାଙ୍କରୁ ତିନି ଲକ୍ଷ ଟଙ୍କା ଉଠାଇ ଟ୍ରାଫିକ ଛକ ରାସ୍ତା କଡରେ ଥିବା ଦୋକାନରୁ ପରିବା କିଣି ଘରକୁ ଫେରୁଥିଲେ। ସେହି ସମୟରେ ଗୋଟେ ଦୁଇ ଜଣ ଯୁବକ ଏକ ବାଇକ୍ ରେ ଆସି ବ୍ୟାଗକୁ ଝାମ୍ପି ନେଇ ପଳାଇଥିଲେ । ଏନେଇ ପର୍ଶୁ ମୁଦୁଲି କୋରାପୁଟ ଟାଉନ ଥାନାରେ ଅଭିଯୋଗ ପରେ ସହରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଚଳାଇଛି ପୋଲିସ।
Related Posts
କୁଟୁରା ମାରିବା ଅଭିଯୋଗରେ ଶିକାରୀ ଗିରଫ
23 March 2023
ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ଅଟୋ; ଚାଲିଗଲା ଶିଶୁପୁତ୍ରର ଜୀବନ
23 March 2023