ବାଇକରେ ଆସି ଝାମ୍ପିନେଲେ ସୁନାଚେନ୍, ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ପୋଲିସ

Published By : Prameya-News7 Bureau | December 14, 2020 IST

ଖଲ୍ଲିକୋଟ ୧୪।୧୨: ଦିନ ଦ୍ୱିପହରରେ ମହିଳାଙ୍କ ଠାରୁ ଲୁଟ୍‌ । ମହିଳାଙ୍କ ଠାରୁ ଝାମ୍ପି ନେଲେ ସୁନା ଚେନ । ଗଞ୍ଜାମ ଜିଲ୍ଲା ଛତ୍ରପୁର କୋର୍ଟ ଷ୍ଟେସନ ଗଳି ନିକଟରେ ଘଟିଛି ଘଟଣା । ଲୁଟ୍‌ର ଶିକାର ହୋଇଥିବା ମହିଳାଙ୍କ ନାମ ଆଶା ଦେବି ବୋଲି ଜଣାପଡିଛି ।

ଖବର ଅନୁଯାୟୀ. ଆଶା ଦେବୀ ନିଜ ସମ୍ପର୍କୀୟଙ୍କ ଘରକୁ ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ  ଆସିଥିଲେ । ଆଜି ସକାଳୁ ସେ ଘର ନିକଟରେ ଥିବା ଠାକୁରାଣୀ ମନ୍ଦିର ଯାଇ ସେଠାରୁ ସମ୍ପକୀୟଙ୍କ ଘରକୁ ଫେରୁଥିଲେ । ଦୁଇ ଜଣ ଲୋକ ବାଇକ ଆସି ତାଙ୍କ ସମ୍ପକୀୟ ଘର ସମୁଖରୁ ମହିଳା ଜଣକ ବେକରେ ପିନ୍ଧିଥିବା ସୁନା ଚେନ ଏବଂ ଏକ ମାଳି ଝାମ୍ପି ନେଇଚନ୍ତି । ଘଟଣାସ୍ଥଳରୁ ଲୁଟେରା ଫେରାର ବାଇକରେ ଫେରାର ହୋଇଯାଇଛନ୍ତି । ଘଟଣାସଂପର୍କରେ ଖବର ପାଇ ଛତ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ ମଧ୍ୟ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.