କଣ୍ଟାବାଞ୍ଜିରୁ କାର୍ ଚୋରି ଉଦ୍ୟମ ଫେଲ୍, ସିସିଟିଭିରେ କଏଦ୍ ହେଲା ଚୋରି ଦୃଶ୍ୟ

Published By : Prameya-News7 Bureau | June 26, 2022 IST

କଣ୍ଟାବାଞ୍ଜି ୨୬।୦୬: ସିସିଟିଭିରେ ଗାଡ଼ି ଚୋରିର ଦୃଶ୍ୟ କଏଦ। କଣ୍ଟାବାଞ୍ଜି ସହରରେ ଦିନକୁ ଦିନ ବାଇକ ଚୋରି ବଢୁଥିବା ଅଭିଯୋଗ ହୋଇଛି । ୨୫ତାରିଖ ରାତିରେ ଜଣେ ବ୍ୟବସାୟୀଙ୍କ ଘର ବାହାରେ ଥିବା ବାଇକ ଚୋରି ହୋଇଛି। ଚୋରିର ଦୃଶ୍ୟ ଦୋକାନ ବାହାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

wp:html /wp:html

ସେହିଦିନ ୨୫ତାରିଖ ବିଳମ୍ବିତ ରାତିରେ ସହରର ମୁଖ୍ୟ ଛକରେ ଥିବା ଏକ ଚାରିଚକିଆ ଗାଡ଼ିକୁ ଚୋରି କରିବାକୁ ଦୁଇଜଣ ଉଦ୍ୟମ କରୁଥିବା ମଧ୍ୟ ସିସିଟିଭିରେ କଏଦ ହୋଇଥିବା ଦେଖିବାକୁ ମିଳିଛି। ତେବେ ଚାରି ଚକିଆ ଗାଡିର ଷ୍ଟ୍ରିୟରିଂ ଲକ ହୋଇଯାଇଥିବାରୁ ଗାଡି ଚୋରି କରିବାରେ ବିଫଳ ହୋଇଥିଲେ । କିନ୍ତୁ ଗାଡିର କିଛି ସାମାନ ସେମାନେ ଚୋରି କରି ନେଇ ଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.