ଜୁଏଲର୍ସର ପଛପଟ କାନ୍ଥ ତାଡି ଲୁଟି ନେଲେ ସୁନା-ରୂପା-ନଗଦ ଟଙ୍କା
5/12/2020 at 9:55 AM

ଜଗତପୁର ୦୫।୧୨: ଜୁଏଲର୍ସ ଦୋକାନରୁ ଚୋରୀ । ଜଗତପୁର ଆଇବିରୋଡ଼ ସ୍ଥିତ ବାସନ୍ତୀ ଦୁର୍ଗା ଜୁଏଲର୍ସରୁ ଚୋରି ହୋଇଛି । ଘରର ପଛ କାନ୍ଥ ତାଡି ଅଲଙ୍କାର ଲୁଟି ନେଇଛନ୍ତି ଲୁଟେରା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଜଗତପୁର ଆଇବିରୋଡ଼ ସ୍ଥିତ ବାସନ୍ତୀ ଦୁର୍ଗା ଜୁଏଲର୍ସରୁ ପଛ ପଟ କାନ୍ଥ ତାଡି ଅନେକ ଅଳଙ୍କାର ଲୁଟି ନେଇଛନ୍ତି । ତେବେ ଲୁଟ୍ ହୋଇଥିବା ସାମଗ୍ରୀରେ ପ୍ରାୟ ୩୫ କେଜି ରୂପା, ୬୦ଭରି ସୁନା ଓ ନଗଦ ୬୦ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଏହାସହିତ ସିସିଟିଭି ଫୁଟେଜର ହାର୍ଡ ଡିସ୍କ ନେଇଯାଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ କମିଶନରେଟ୍ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍
31 January 2023
ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଫିଟିପାରେ ଅନେକ ରହସ୍ୟ
31 January 2023
ଜମିଲା କନ୍ଧମାଳ ମହୋତ୍ସବ, ପଲ୍ଲିଶ୍ରୀ ମେଳାରେ କୋଟିଏ ଟଙ୍କାର ବିକ୍ରୀ
31 January 2023