ମାତିଛନ୍ତି ଲୁଟେରା, ଘରର ଚାବି କାଟି ଲୁଟିନେଉଛନ୍ତି ଟଙ୍କା ଓ ସୁନାଗହଣା

Published By : Prameya-News7 Bureau | November 09, 2020 IST

ହିଞ୍ଜିଳି ୦୯।୧୧ : ହିଞ୍ଜିଳି ସହର ବାସୀ ସାବଧାନ । ହିଞ୍ଜିଳି କାଟୁରେ ମାତିଛନ୍ତି ଚତୁର ଲୁଟେରା ଗ୍ୟାଙ୍ଗ । ଘରର ଚାବି କାଟି ଲୁଟିବାକୁ ଉଦ୍ୟମ କରୁଛନ୍ତି ଲୁଟେରା ଗ୍ୟାଙ୍ଗ ।

{"id":358581,"sizeSlug":"large"}

ମିଳିଥିବା ସୂଚନାନୁଯାୟୀ, ହିଞ୍ଜିଳାକାଟୁର ଶ୍ରୀରାମ ନଗର ଲେନ୍‌ ୨ର ଏକ ଘରର ଗ୍ରୀଲ ଭିତର ପଟୁ ଚତୁରତାର ସହ ଚାବି କାଟୁଥିବା ବେଳେ ପରିବାରଲୋକେଙ୍କ ନିଦ ଭାଙ୍ଗିଯାଇଥିଲା । ଯାହାଫଳରେ କି ଲୁଟେରା ସେଠାରୁ ଚମ୍ପଟ ମାରିଥିଲେ।  କଟା ଚାବିକୁ ଲୁଟେରାମାନେ ଧରି ଫେରାର ହୋଇଯାଇଛନ୍ତି । ଏପରି ଭାବେ ଲକ୍ଷ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟି ନେଉଛନ୍ତି । ଅନ୍ୟପଟେ ଆଉ ଜଣେ ବ୍ୟକ୍ତିଙ୍କ ଘରୁ ମୋବାଇଲ ଲୁଟି ନେଇଥିବା ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.