ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଘରେ ଶୋଇଥିଲେ ସ୍ୱାମୀ-ସ୍ତ୍ରୀ, ବାହାର ପଟୁ ତାଲା ମାରି ନେଇଗଲେ ୧୨ ଲକ୍ଷ ଟଙ୍କା ଏବଂ ୧୨ ଟି ସୁନା ଚେନ୍‌

27/06/2022 at 8:34 AM

ଭୁବନେଶ୍ବର ୨୭।୦୬: ରାଜଧାନୀ ଉପକଣ୍ଠରେ ବଡ ଧରଣର ଡକାୟତି । ବରିଷ୍ଠ ନାଗରିକଙ୍କ ଘରେ କଳାକନା ବୁଲାଇଲା ଲୁଟେରା । ଦମ୍ପତିଙ୍କୁ ତାଲା ପକାଇ ଅଧା କିଲୋ ସୁନା , ୧୨ ଲକ୍ଷ ଟଙ୍କା ଲୁଟିଥିବା ନେଇ ଅଭିଯୋଗ । ଚନ୍ଦକା ଥାନା ଅନ୍ତର୍ଗତ ହରିପୁର ଗାଁରେ ଏଭଳି ଘଟଣା ଘଟିଛି ।  ଘର ମାଲିକ ସତ୍ୟନାରାୟଣ ମିଶ୍ରଙ୍କ ଅଭିଯୋଗ ପରେ ଚନ୍ଦକା ପୋଲିସ ଛାନ୍‌ଭିନ୍‌ ଆରମ୍ଭ ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଲୁଟେରାମାନେ ପାଚେରୀ ଡେଇଁ ଘର ଭିତରେ ପ୍ରବେଶ କରିଥିଲେ । ଗ୍ୟାସ୍‌ କଟର ସହାୟତାରେ ଝରକାକୁ ପ୍ରଥମେ କାଟିଥିଲେ । ଏହାପରେ ସେହି ରାସ୍ତା ଦେଇ ଘର ଭିତରକୁ ପଶିଥିଲେ । ସତ୍ୟନାରାୟଣ ଓ ତାଙ୍କ ପତ୍ନୀ ଘରେ ଶୋଇଥିବା ଅବସ୍ଥାରେ ବାହାର ପଟୁ ତାଲା ପକାଇଥିଲେ । ଏହାପରେ ଘରେ ଥିବା ୨ଟି ଆଲ୍‌ମିରା ଭାଙ୍ଗି ସେଥିରେ ଥିବା ୧୨ଟି ସୁନା ହାର, ମୁଦି, ସୁନା ଚୁଡି, କାନଫୁଲ ଆଦି ଲୁଟି ନେଇଥିଲେ । ଏହାବ୍ୟତୀତ ଜମି କିଣିବା ପାଇଁ ଆଲମିରାରେ ଥିବା ନଗଦ ୧୨ ଲକ୍ଷ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ଲୁଟେରା । ଏସବୁ ଘଟଣା ଜାଣିବା ପରେ ଚନ୍ଦକା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଅବସରପ୍ରାପ୍ତ କିରାଣୀ ସତ୍ୟନାରାୟଣ ମିଶ୍ର । ଅଭିଯୋଗ ପରେ ଚନ୍ଦକା ଥାନା ତଦନ୍ତ ଆରମ୍ଭ କରିଛି ।

   Related Posts