ଲୁଟ୍‌ ପାଇଁ ଫାଇନାନ୍ସ ଅଫିସରେ ପଶିଥିଲେ ଲୁଟେରା, ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲା ଦୁର୍ବୃତ୍ତ

Published By : Prameya-News7 Bureau | August 06, 2022 IST

ଢେଙ୍କାନାଳ ୦୬।୦୮ : ଢେଙ୍କାନାଳ ମଣପୁରମ ଫାଇନାନ୍ସ ଅଫିସରେ ସଶସ୍ତ୍ର ଡକାୟତି ଉଦ୍ୟମ । ପିସ୍ତଲ ଓ ଭୁଜାଲି ଧରି ଲୁଟ୍‌ ପାଇଁ ପଶିଥିଲେ ତିନି ଜଣ ଦୁର୍ବୁତ୍ତ । କିନ୍ତୁ ସାଇରନ ବାଜିରୁ ବ୍ଲାକ ପଲସରରେ ଖସି ପଳାଇଲେ ଦୁର୍ବୁତ୍ତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

{"id":666771,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଶନିବାର ସ୍ପଷ୍ଟ ଦିବାଲୋକରେ ଏକ ବ୍ଲାକ ପଲସରରେ ତିନି ଜଣ ଦୁର୍ବୃତ୍ତ ଆସି ଫାଇନାନ୍ସ ସଂସ୍ଥାରେ ପଶିଥିଲେ । ଢେଙ୍କାନାଳ ସହର କାଞ୍ଚନ ବଜାର ସ୍ଥିତ ମଣପୁରମ୍‌ ଗୋଲ୍ଡ ଲୋନ୍‌ ଫାଇନାନ୍ସରେ ଲୁଟ୍‌ ପାଇଁ ଉଦ୍ୟମ କରିଥିଲେ । ସୁରକ୍ଷା କର୍ମୀ ଓ କର୍ମଚାରୀଙ୍କୁ ପିସ୍ତସ ଏବଂ ଭୁଜାଲି ଦେଖାଇ ଭୟଭୀତ କରିଥିଲେ । ସୁନା ଅଳଙ୍କାର ଓ ଟଙ୍କା ଲୁଟିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ଏହି ସମୟରେ ଫାଇନାନ୍ସ ଅଫିସରେ ଥିବା ସାଇରନ ବାଜି ଥିଲା । ନିକଟରେ ଥିବା ଲୋକମାନେ ଦୌଡ଼ି ଆସିଥିଲେ । ଫଳରେ ଲୁଟେରାମାନେ ଚମ୍ପଟ ମାରିଥିଲେ । ଆଉ ଫେଲ୍‌ ମାରିଥିଲା ଲୁଟ୍‌ ଉଦ୍ୟମ । 

{"id":666772,"sizeSlug":"full","linkDestination":"none"}

ସେପଟେ ଟାଉନ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପିରିକି ସିସିଟିଭି ଫୁଟେଜ୍‌କୁ ମଧ୍ୟ ଯାଞ୍ଚ କରୁଛି । ସହର ଚାରିପଟେ ନାକାବନ୍ଦୀ କରି ଛାନ୍‌ଭିନ୍‌ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.