କଳାକନା ବୁଲାଇଦେଲେ ଲୁଟେରା, ୫ଟି ଦୋକାନରୁ ଟଙ୍କା ଓ ସାମଗ୍ରୀ ନେଇଗଲେ ଚୋର

Published By : Prameya-News7 Bureau | May 30, 2022 IST

ଢେଙ୍କାନାଳ ୩୦।୦୫:  ମାତିଛନ୍ତି ଲୁଟେରା । ଢେଙ୍କାନାଳ ସହରରେ ହୋଇଛି ସିରିଜ ଲୁଟ୍‌ । ଏକାକାଳୀନ ୫ଟି ଦୋକାନରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ସାମଗ୍ରୀ ଲୁଟି ନେଇଛନ୍ତି ଲୁଟେରା । ଅଭିଯୋଗ ପରେ ଟାଉନ୍‌ ଥାନା ପୋଲିସର ତଦନ୍ତ ଆରମ୍ଭ ।

ଖବର ଅନୁଯାୟୀ, ଢେଙ୍କାନାଳ ସହରର କଲେଜ ବାଇପାସ୍‌ ଛକରେ ଥିବା ୫ଟି ଦୋକାନରୁ ଏକକାଳୀନ ଲୁଟ୍‌ ହୋଇଛି ।ସମାନ ଢଙ୍ଗରେ ଦୋକାନ ଗୁଡିକର ତାଲା ଭାଙ୍ଗି ଲୁଟେରାମାନେ ଲୁଟ୍‌ କରିଛନ୍ତି । ସମସ୍ତ ୫ଟି ଦୋକାନରୁ ସାମଗ୍ରୀ ଓ କ୍ୟାସ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରିଛନ୍ତି । ଏନେଇ ଚୋରୀ ହୋଇଥିବା ଦୋକାନୀମାନେ ଥାନାରେ ଅଭିଯୋଗ କରିଛନ୍ତି । ଟାଉନ୍‌ ଥାନା ପୋଲିସ ବିଳମ୍ବରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.