ଶ୍ରୀ ପୁରୁଷୋତ୍ତମ ଜୀଉ ଜଗନ୍ନାଥ ମନ୍ଦିରରୁ ଚୋରୀ, ପୋଲିସ କରୁଛି ତଦନ୍ତ
6/12/2022 at 2:15 PM

କଟକ ୦୬।୧୨ : କଟକ ଖାନନଗର ସ୍ଥିତ ଶ୍ରୀ ପୁରୁଷୋତ୍ତମ ଜୀଉ ଜଗନ୍ନାଥ ମନ୍ଦିରରୁ ଚୋରୀ । ମନ୍ଦିର ମୁଖ୍ୟଦ୍ଵାରକୁ ଭାଙ୍ଗି ଚୋରମାନେ ଲକ୍ଷାଧିକ ଟଙ୍କା ଏବଂ ସ୍ବର୍ଣ୍ଣ ଅଳଙ୍କାର ସହିତ ଅନେକ କିଛି ଚୋରୀ କରିନେଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ, ସୋମବାର ସକାଳେ ମନ୍ଦିର ପୂଜକ ଦ୍ୱାର ଖୋଲିଥିଲେ । ଏହି ସମୟରେ ମନ୍ଦିର ଭିତରେ ଥିବା ହୁଣ୍ଡିକୁ ଭାଙ୍ଗି ଦିଆଯାଇଥିବା ଦେଖିଥିଲେ। ଯାହା ଭିତରେ ଥିବା ସମସ୍ତ ଟଙ୍କା ପଇସା ଆଦି ଚୋରୀ ହୋଇଛି। ଏହାପରେ ମୁଖ୍ୟ ପୂଜକ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023