ଧର୍ମଶାଳା ଜଗନ୍ନାଥ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ନେଇଗଲେ ମୂର୍ତ୍ତି ସହ ଦାମୀ ସାମଗ୍ରୀ

Published By : Prameya-News7 Bureau | November 12, 2022 IST

ଚଣ୍ଡିଖୋଲ ୧୨।୧୧:  ମନ୍ଦିରରୁ ଚୋରି । ଯାଜାପୁର ଜିଲ୍ଲା ଧର୍ମଶାଳା ଥାନା ପାଟପୁର ଗାଁରେ ଥିବା ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ମନ୍ଦିର ପୂଜକ ପୂଜା କରିବାକୁ ଆସିଥିଲେ । ଏହି ସମୟରେ ମନ୍ଦିରର ତାଲା ଭଙ୍ଗା ହୋଇଥିବା ଦେଖିଥିଲେ । ଶୁକ୍ରବାର ରାତିରେ ଦୁର୍ବୃତ୍ତମାନେ ଆସି ମନ୍ଦିରର ୬ଟି ପୁରାତନ ଅଷ୍ଟଧାତୁ ମୂର୍ତ୍ତି ସହ ରୂପାର ବଇଁଶୀ ସହ ଅନେକ ସାମଗ୍ରୀ ଚୋରି କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଚୋରି ନେଇ ମନ୍ଦିର ଟ୍ରଷ୍ଟି ପକ୍ଷରୁ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏହାପରେ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.