ମନ୍ଦିରର ତାଲା ଭାଙ୍ଗି ଲୁଟ୍‌, ନେଇଗଲେ ଅନେକ ମୂର୍ତ୍ତି ସହ ୫୦କେଜିରୁ ଅଧିକ ପିତଳ ସାମଗ୍ରୀ

Published By : Prameya-News7 Bureau | October 17, 2022 IST

ଚଣ୍ଡିଖୋଲ ୧୭।୧୦ : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ମାଣ୍ଡୁକା ଗାଁର ଏକ ମନ୍ଦିରରୁ ଚୋରି । ବିଭିନ୍ନ ମୂର୍ତ୍ତି ସହ ୫୦ କେଜିରୁ ଅଧିକ ପିତଳ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ।

ଖବର ଅନୁଯାୟୀ, ସୋମବାର ସକାଳ ସମୟରେ ବିରୁପାକ୍ଷେଶ୍ୱର ମହାଦେବ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ ପୂଜକ । ହେଲେ ସେ ଆସି ଦେଖିବାକୁ ବେଳକୁ ମନ୍ଦିରର ତାଲା ଭଙ୍ଗା ଯାଇଛି । ମନ୍ଦିର ଭିତରୁ ଅନେକ ସାମଗ୍ରୀ ଚୋରି ମଧ୍ୟ ଚୋରି ହୋଇଛି । ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ସମେତ ୫୦ କେଜିରୁ  ଅଧିକ ପିତଳ ସାମଗ୍ରୀ ଚୋରି ହୋଇଛି । ଚୋରି ନେଇ ପ୍ରଥମେ ସ୍ଥାନୀୟଲୋକଙ୍କୁ ଜଣାଇଥିଲେ । ପରେ ସ୍ଥାନୀୟଲୋକଙ୍କ ସହ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.