scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପଲସରରେ ଆସିଲେ ଲୁଟେରା, ବାଇକ୍‌ ଆରୋହୀଙ୍କଠୁ ଲୁଟିନେଲେ ଚଙ୍କା ଓ ସୁନା ଭର୍ତ୍ତି ବ୍ୟାଗ୍

9/08/2022 at 1:26 PM

ଚଣ୍ଡିଖୋଲ ୦୯।୦୮: ବାଇକ୍‌ ଆରୋହୀଙ୍କଠୁ ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନିକଟ ଖୋସାଲିପୁର ଓଭରବ୍ରିଜ୍‌ ନିକଟରେ ଘଟିଛି ଏହି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବାଲିଚନ୍ଦ୍ରପୁର ଥାନା ବିନୀତ କୁମାର ଜେନା ଓ ତାଙ୍କ ସ୍ତ୍ରୀ ଏବଂ ପୁଅ ବାଇକ୍‌ରେ ଢେଙ୍କାନାଳରେ ଏକ ବନ୍ଧୁଙ୍କ ଘରକୁ ଯାଉଥିଲେ । ଏହି ସମୟରେ ଖୋସାଲିପୁର ରେଲଓ୍ୱ ଓଭରବ୍ରିଜ୍‌ ନିକଟରେ ଏକ ପଲସର ବାଇକ୍‌ରେ ଆସି ଦୁଇ ଜଣ ବିନୀତଙ୍କ ପତ୍ନୀ ଧରିଥିବା ବ୍ୟାଗ୍‌କୁ ଛଡାଇ ନେଇଥିଲେ । ବ୍ୟାଗ୍‌ରେ ଥିବା ସୁନା ଅଳଙ୍କାର ସହ ଟଙ୍କା ରହିଥିଲା । ତେବେ ଘଟଣାସ୍ଥଳରେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts