ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମନ୍ଦିରରେ କଳାକନା ବୁଲାଇଦେଲେ ଲୁଟେରା, ଲୁଟିନେଲେ ଅନେକ ଅଳଙ୍କାର

19/08/2021 at 9:17 AM

ଚଣ୍ଡିଖୋଲ ୧୯।୦୮: ମନ୍ଦିରରୁ ଚୋରୀ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ସୁନ୍ଦରିଆ ପଞ୍ଚାୟତ ସୁନ୍ଦରିଆ ଗାଁର ଶ୍ରୀ ଶ୍ରୀ ଅନନ୍ତ ମହିମା ଗାଦି ଠେଙ୍ଗିଆ ବଟରୁ ଚୋରି ହୋଇଛି । ବର୍ତ୍ତମାନ ସୁଦ୍ଧା ଲୁଟେରାଙ୍କୁ ଗିରଫ କରିବାରେ ସକ୍ଷମ ହୋଇନାହିଁ ପୋଲିସ ।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ କୃଷ୍ଣ ଠାକୁରଙ୍କ ରୂପାର ବଂଶୀ ଓ ରାଧା ଠାକୁରାଣୀଙ୍କ ରୂପାର କାନ ଫୁଲ ଚୋରି ହୋଇଛି । ଏହି ସହିତ ତିନୋଟି ରୂପା ମୁକୁଟା, ଠାକୁରାଣୀଙ୍କ ରୂପା ହାର, ତିନୋଟି ରୂପା ଗ୍ଲାସ ଓ ପିତଳ ଘଣ୍ଟି ଲୁଟ୍‌ ହୋଇଛି । ସେହିପରି ଠାକୁରଙ୍କ ଦାନ ବାକ୍ସ ଲୁଟି ପଞ୍ଚାୟତ ଅଫିସ ପାଖରେ ପଡିଥିବାର ଦେଖିବାକୁ ମିଳିଛି ।

   Related Posts