ପୋଲିସକୁ ଲୁଟେରାଙ୍କ ଚ୍ୟାଲେଞ୍ଜ, ଦୋକାନ ଭାଙ୍ଗି ନେଇଗଲେ ଟଙ୍କା ଓ ସହ ଦାମୀ ସିଗାରେଟ୍‌

Published By : Prameya-News7 Bureau | July 06, 2023 IST

ଭୁବନେଶ୍ୱର ୦୬।୦୭ : କମିଶନରେଟ ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ । ଦୋକାନ ତାଲା କାଟି କଳାକନା ବୁଲାଇଦେଲେ । ୟୁନିଟ ୩ ଅଞ୍ଚଳରେ ଥିବା ପାନ ଦୋକାନରୁ ଲୁଟ ହୋଇଛି ।

{"id":813210,"sizeSlug":"full","linkDestination":"none"}

ଖବର ଅନୁଯାୟୀ,  ୟୁନିଟ ୩ ଅଞ୍ଚଳରେ ଥିବା ଏକ ପାନ ଦୋକାନରୁ ଲୁଟ୍‌ ହୋଇଛି । ଦୋକାନ ତାଲା କାଟି କଳାକନା ବୁଲାଇଦେଇଛନ୍ତି ଲୁଟେରା । ଦେଢ଼ ଲକ୍ଷ ଟଙ୍କାର ଦାମୀ ସିଗାରେଟ ପ୍ୟାକେଟ ସହ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଲେ ଲୁଟେରା। ତେବେ ଲୁଟ୍‌ ନେଇ ଖାରବେଳନଗର ଥାନାରେ ମାମଲା ରୁଜୁ ହୋଇଛି । ଏତଲା ପାଇବା ପରେ ଛାନଭିନ ଆରମ୍ଭ କଲା ପୋଲିସ । ୨ ଯୁବକ ବିଳମ୍ବିତ ରାତିରେ ଲୁଟିଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି ।

{"id":813211,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.