ରାଜଧାନୀରେ ମାତିଛନ୍ତି ଲୁଟେରା, ବଡ଼ି ଭୋରରୁ ଫୁଲ ତୋଳୁଥିଲେ ସାବଧାନ
21/03/2023 at 10:57 AM

ଭୁବନେଶ୍ୱର ୨୧।୦୩ : ବଡ଼ି ଭୋରରୁ ଫୁଲ ତୋଳୁଥିଲେ ସାବଧାନ । ଏହି ସମୟରେ ରାଜଧାନୀରେ ମାତିଛନ୍ତି ଲୁଟେରା। ବିଳମ୍ବିତ ରାତି ସାଢେ ୩ଟା ସମୟ । ଜଣେ ମହିଳା ଫୁଲ ତୋଳିବାକୁ ଆସିଥିବା ବେଳେ ଲୁଟର ଶିକାର ହୋଇଛନ୍ତି । ଲକ୍ଷ୍ମୀସାଗର ଥାନା ଅଧୀନ ଓସ୍କାର ସିଟି ଅଞ୍ଚଳରେ ଘଟିଛି ଘଟଣା। ଯାହାର ସମ୍ପୂର୍ଣ୍ଣ ଚିତ୍ର ସିସିଟିଭିରେ କଏଦ ହୋଇଛି।
ଖବର ଅନୁଯାୟୀ, ୧୯ ତାରିଖ ରାତି ପ୍ରାୟ ୩ଟା ୨୦ମିନିଟ୍ । ଜଣେ ମହିଳା ଫୁଲ ତୋଳିବାକୁ ଯାଉଛନ୍ତି। ଏହି ସମୟରେ ଜଣେ ଦୃର୍ବୃତ୍ତ ତାଙ୍କୁ ଗୋଡ଼େଇଥିଲା। ଦୃର୍ବୃତ୍ତଙ୍କ କବଳରୁ ରକ୍ଷା ପାଇବା ପାଇଁ ମହିଳା ଜଣଙ୍କ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପଡିଯାଇଥିଲେ। ଦୃର୍ବୃତ୍ତ ଜଣଙ୍କ ମହିଳାଙ୍କୁ ମାଡିବସି ତାଙ୍କଠାରୁ ସୁନା ଚେନ ଲୁଟି ଛୁ ମାରିଥିଲେ । ଏନେଇ ମହିଳା ଜଣଙ୍କ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ।