suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୋ ବସ୍‌ରୁ ପୁଣି ଚୋରି, ଦମ୍ପତ୍ତିଙ୍କଠୁ ନେଇଗଲେ ୪୨ ହଜାର ଟଙ୍କା

12/12/2022 at 2:32 PM

breaking

ଭୁବନେଶ୍ୱର ୧୨।୧୨ : ମୋ ବସ୍‌ରୁ ପୁଣି ଚୋରି । ଏହି ଲୁଟ୍‌ର ଶିକାର ହେଲେ ଦମ୍ପତ୍ତି । ସେମାନଙ୍କଠୁ ଚୋର ନେଇଗଲା ୪୨ ହଜାର ଟଙ୍କା । ଲୁଟ୍‌ ନେଇ ନୟାପଲ୍ଲୀ ଥାନାରେ ମାମଲା ରୁଜୁ । ପୋଲିସର ଛାନ୍‌ଭିନ୍‌ ଆରମ୍ଭ ।

ଖବର ଅନୁଯାୟୀ.  ନୟାଗଡ଼ ଅଞ୍ଚଳରେ ବିରଞ୍ଚି ସେଠୀ । ସେ ଜଣେ ଡ୍ରାଇଭର ହିସାବରେ କାମ କରନ୍ତି । ଭୁବନେଶ୍ୱର ଭିଏସ୍‌ଏସ୍‌ ନଗରରେ ରୁହନ୍ତି । ବନ୍ଧକ ସୁନା ମୁକାଳିବାକୁ ଯାଉଥିଲେ ବିରଞ୍ଚି । ମୋ ବସ୍‌ ଯୋଗେ ବାଣୀବିହାରରୁ ଖଣ୍ଡଗିରି ଯିବା ବାଟରେ ନୟାପଲ୍ଲୀ ନିକଟରେ ଲୁଟ୍‌ର ଶିକାର ହୋଇଛନ୍ତି ବିରଞ୍ଚି । କେହି ଦୁର୍ବୃତ୍ତ ତାଙ୍କ ପାଖରେ ରଖିଥିବା ୪୨ ହଜାର ଟଙ୍କାକୁ ନେଇ ଚମ୍ପଟ ମାରିଛି । ଯାହାକୁ ନେଇ ବିରଞ୍ଚି ନୟାପଲ୍ଲୀ ଥାନାରେ ବିରଞ୍ଚି ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ନୟାପଲ୍ଲୀ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ତେବେ ବିଗତ କିଛି ଦିନ ମଧ୍ୟରେ ମୋ ବସ୍‌ରୁ ଏହିପରି ଅନେକ ଲୁଟ୍‌ ଘଟଣା ସାମ୍ନାକୁ ଆସୁଛି । କିଛି ଦିନ ତଳେ ଜଣେ ଯାତ୍ରୀ ଲୁଟ୍‌ର ଶିକାର ହୋଇଥିବା ବେଳେ ଆଜି ଆଉ ଏକ ଘଟଣା ସାମ୍ନାକୁ ଆସିଛି ।

   Related Posts