ଦୋକାନରୁ ଚୋରି, ସଟର ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ମୋବାଇଲ୍

Published By : Prameya-News7 Bureau | April 26, 2022 IST

ଭୁବନେଶ୍ୱର ୨୬।୦୪ : ମୋବାଇଲ୍‌ ଦୋକାନରୁ ଲୁଟ୍‌ । ଭୁବନେଶ୍ୱର ନୟାପଲ୍ଲୀ ଥାନା ଜାଭିୟର ଛକ ନିକଟରେ ଥିବା ଦୋକାନରୁ ଲୁଟ୍‌ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":619769,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ନୟାପଲ୍ଲୀ ଥାନା ଜାଭିୟର ଛକରେ ଥିବା ମୋବାଇଲ ଦୋକାନରୁ ଲୁଟ ହୋଇଛି । ଉପର ଆଜବେଷ୍ଟ ଓ ସାମ୍ନା ସଟର ତାଡି ଦୁର୍ବୃତ୍ତ ମାନେ ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟି ନେଇଛନ୍ତି । ଏସମ୍ପର୍କରେ ନୟାପଲ୍ଲୀ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଏବେ ଯାଏଁ ଦୁର୍ବୃତ୍ତ ମାନଙ୍କ ଟେର ପାଇନି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.