ମେଡିକାଲ ପରିସରରୁ ଲୁଟ୍, ସିସିଟିଭିରେ କଏଦ ହେଲା ଚିତ୍ର
11/09/2022 at 1:12 PM

ଭଦ୍ରକ ୧୧।୦୯ : ମେଡିକାଲ ପରିସରରୁ ଲୁଟ୍ । ସିସିଟିଭିରେ କଏଦ ହେଲା ଲୁଟ୍ ବେଳର ଚିତ୍ର । ଥାନାରେ ଅଭିଯୋଗ ପରେ ଲୁଟ୍ ଗାଡି ଉଦ୍ଧାର ହୋଇଥିବା ବେଳେ ଲୁଟେରା ଫେରାର ହୋଇଯାଇଛି ।
ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ପରିସରରେ ଏହି ଚୋରି ହୋଇଛି । ମେଡିକାଲର ଡ୍ରେସିଂ ବିଭାଗର କାର୍ଯ୍ୟ କରୁଥିବା ଯଦୁନାଥ ବେହେରା ଦିନ ଦୁଇଟାରେ ଡ୍ୟୁଟିରେ ଯୋଗ ଦେବା ବେଳେ ନିଜ ସ୍କୁଟିକୁ ପଛପଟେ ରଖିଥିଲେ । ରାତି ପ୍ରାୟ ୧୦ଟା ବେଳେ ବାଇକ୍ ଚୋରି ହୋଇଥିଲା । ତେବେ ସିସିଟିଭି ଯାଞ୍ଚ ବେଳେ ଜଣେ ଯୁବକ ପ୍ରଥମେ ସ୍କୁଟି ନିକଟକୁ ଆସୁଥିବାର ଦେଖିବାକୁ ମିଳିଥିଲା । ଯୁବକ ଜଣଙ୍କ ମୋବାଇଲ୍ରେ କଥା ହେଉଥିବା ବାହାନାରେ ଗୋଟିଏ ଗାଡ଼ିର ଚାବି ଖୋଲିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସଫଳ ହୋଇନଥିଲେ । ପରେ ଯଦୁନାଥଙ୍କ ସ୍କୁଟି ଉପରେ ବସି ଚାବି ଖୋଲିବାକୁ ଉଦ୍ୟମ କରୁଥିବା ବେଳେ ଏଥିରେ ସଫଳ ହୋଇଥିଲେ । ସ୍କୁଟି ନେଇ ଫେରାର ହୋଇଥିଲେ ଲୁଟେରେ । ସେପଟେ ଯଦୁନାଥ ଭଦ୍ରକ ଟାଉନ୍ ଥାନାରେ ଏତଲା ଦେବା ପରେ ପୋଲିସ ଚଢାଉ କରି ସ୍କୁଟିକୁ ଜବତ କରିଥିଲା । କିନ୍ତୁ ଲୁଟେରାକୁ କାବୁ କରିବାରେ ଫେଲ୍ ମାରିଛି ।