LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନକଲି ଲୋକଙ୍କ ଅସଲି ଲୁଟ୍‌, ପୋଲିସ ବେଶରେ ଭରି ଭରି ସୁନା ନେଇଗଲେ ଲୁଟେରା

27/05/2023 at 9:42 AM

ଭଦ୍ରକ ୨୭।୦୫ : ଏ ଅଟୋ ଡ୍ରାଇଭର ସାରେ ଡାକୁଛନ୍ତି । କଣ ଶୁଭୁନି ଏଇଠି ଠିଆ ହୋଇଥାଏ । ମାଡ଼ାମ ଆପଣ କାହିଁକି ସୁନା ପିନ୍ଧିକି ଆସିଛନ୍ତି ଖୋଲନ୍ତୁ ଆଉ ରଖିଦିଅନ୍ତୁ । ଏଭଳି କହି ଲୁଟି ଚାଲିଗଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର। ଭଦ୍ରକ ହେଡ ପୋଷ୍ଟ ଅଫିସ ଛକରେ ଥିବା ତେଲ ଟାଙ୍କି ସମ୍ମୁଖରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ବାଲେଶ୍ବର ଜିଲ୍ଲା ମଇତାପୁରର ନିରୋଦବାଳା ମହାନ୍ତି ଗାଁରୁ ଅଟୋ ଯୋଗେ ଭଦ୍ରକ ଆସିଥିଲେ । ଭୁବନେଶ୍ୱରରୁ ବସରେ ଆସୁଥିବା ପୁଅ ଓ ଝିଅକୁ ଘରକୁ ନେବା ପାଇଁ ।  ହେଡ ପୋଷ୍ଟ ଅଫିସ ଛକରେ ଥିବା ତେଲ ଟାଙ୍କି ସମ୍ମୁଖରେ ଆମେ ପୋଲିସ ଏଵେ ଚେକିଂ ହେଉଛି, ସୁନା ଅଳଙ୍କାର ଓହ୍ଲାନ୍ତୁ, ନହେଲେ ୫୦ ହଜାର ଫାଇନ ଦିଅନ୍ତୁ । ଏପରି କହି ୪ ଜଣ ଯୁବକ ଅଟୋରେ ବସିଥିବା ମହିଳାଙ୍କୁ ଦୁଇ ପଟରୁ ଘେରିବା ସହ ହାତରେ ପିନ୍ଧିଥିବା ଦୁଇ ଦୁଇ ଭରିର ସୁନା ଅଳଙ୍କାରଙ୍କୁ ଛଡ଼ାଇ ଥିଲେ ।

ସେହିପରି ନିକଟରେ ଥିବା ଅନ୍ୟ ଦୁଇ ଜଣ ମଧ୍ୟ ମହିଳା ପିନ୍ଧିଥିବା ଅଢେଇ ଭରି ଓଜନର ହାରକୁ ମଧ୍ୟ ଲୁଟି ଫେରାର ହେଇଯାଇଥିଲେ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷରୁ ଅଧିକ ହେବ ବୋଲି ଅଭିଯୋଗ ହୋଇଛି । କିଛି ବୁଝି ଆଗରୁ ୪ ଲୁଟେରା ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ। ପରେ ଏନେଇ ମହିଳା ଜଣଙ୍କ ନିକଟସ୍ଥ ସହରାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି  ଯାଞ୍ଚ କରୁଛି । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

   Related Posts